ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ହରିହର ମନ୍ଦିରରୁ କ୍ରୀଡା ଉତ୍ସବ ପବିତ୍ର ଜୌତି ଅଣାଯିବା ପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଉକ୍ତ ଉତ୍ସବରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଯୁକ୍ତ ଦୁଇ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ ଶୁଭମ ଦାନୀ, ଶଶ୍ମିତା ନାଏକ, ଚାମ୍‌ପଅନ ହୋଇଥିବା ବେଳେ ଯୁକ୍ତ ତିନି ବିଭାଗରେ ଜାହିରଖାନ, ସୁନୀତି ମହାପାତ୍ର ଚମ୍‌ପିଅନ ଘୋଷିତ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତଥା ମହାବିଦ୍ୟାଳୟର ପୁରାତନ ଛାତ୍ର ଚନ୍ଦ୍ରଶେଖର ପୁରୋହିତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । କ୍ରୀଡା ସଂସଦ ଉପସଭାପତି ଡ.ବିରଞ୍ଚି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମସ୍ତ ପ୍ରତିଯୋଗିତାଗୁଡିକୁ ଖେଳ ଶିକ୍ଷକ ଚନ୍ଦ୍ରମଣି ସାହୁ, ଧରମ ବେହେରା, ଧ୍ୟ୍ୟାନଚାନ୍ଦ ଜୁହାର, କ୍ଷୀରୋଦ୍ର ଦାଶ, ମିଥୁନ ମେହେର, କେଶବ ପ୍ରଧାନ, ମାନସ ପାଢି ପ୍ରମୁଖ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଦାୟିତ୍ୱ ସଂପାଦନ କରିଥିଲେ । ଶେଷରେ ପ୍ରାଧ୍ୟାପକ ଲଲିତ ମୋହନ ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.