jsm

ପାଇକମାଲ ବ୍ଲକରେ ପୁଣି ଏକ ଦାଦନ ଶ୍ରମିକ ମାନଙ୍କ ସମସ୍ୟା ସାମ୍‌ନାକୁ ଆସିଲା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କେଛୋଦାଦର ଗ୍ରାମର କେତେକ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟରେ ଫସି ଯାଇଛନ୍ତି । ତେବେ ଟଙ୍କ ସୁନା ନାମକ ଜଶେ ଦାଦନ ଶ୍ରମିକ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଚିଙ୍ଗିରିଟାଲ ଗ୍ରାମର ଇଟାଭାଟି ସର୍ଦ୍ଧାର ବୈକୁଣ୍ଠ କୁମ୍ଭାର ପାଇକମାଲ ବ୍ଳକ ଅନ୍ତର୍ଗତ କେଛୋଦାଦର ଗ୍ରାମକୁ ଆସି ମୋଟା ଅଙ୍କର ଟଙ୍କା ପ୍ରଲୋଭନ ଦେଖାଇବାରୁ ଏହି ଗ୍ରାମର ଦାଦନ ଶ୍ରମିକମାନଙ୍କୁ ଇଟାଗଢିବା ପାଇଁ ସେଠାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇ ତେଲେଙ୍ଗାନା ରାଜ୍ୟର ଜିଲ୍ଲା ସାଙ୍ଗାରେଡି ଗ୍ରାମ ଚିନାରେଡି ଏସଏସବି କାରଖାନାର ମାଲିକ ରମେଶ ଗୌଡ ପାଖକୁ ନେଇ ଯାଇଥିଲା । ସେଠାରେ ୮ ଜଣ ଶ୍ରମିକ ଜଟ ସୁନା, ମଣ୍ଟୁ ସୁନା, ଭୁଲଟୁ ସୁନା, ଲଳିତା ମହାନନ୍ଦ, ସନ୍ତୋଷ ମହାନନ୍ଦ, ଘନ ଛତରିଆ, ରିଙ୍କି ଛତରିଆ, ଟଙ୍କ ସୁନା ଆଦି ସେଠାରେ କିଛି ଦିନ ଇଟାଗଢା କାମ କଲା ପରେ ପାରିଶ୍ରମିକ ମାଗିବାରୁ ଟଙ୍କା ନଦେଇ ମାଡମାରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଆରମ୍ଭ କରିଦେଇଥିବା ଅଭିଯୋଗ କରିଛନ୍ତି । ଯାହା ଫଳରେ ଦୁଇ ଜଣ ଶ୍ରମିକ ସ୍ୱାମୀ ଘନ ଛତରିଆ ଏବଂ ତାଙ୍କ ସ୍ତ୍ରୀ ରିଙ୍କି ଛତରିଆ ନିଖୋଜ ଅଛନ୍ତି ବୋଲି ଜଣାପଡିଛି । ମାଲିକ ଅତ୍ୟାଚାର ସହି ନପାରି କୌଶଳରେ ଲୁଚିଛପି ଟଙ୍କ ସୁନା ଇଟାଭାଟିରୁ ଖସି ପଳାଇ ଆସି ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଉଲ୍ଲେଖିତ ସାତ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି । ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରିବା ପାଇଁ ଦାବୀ ହୁଏ ।

yuvodaya
Leave A Reply

Your email address will not be published.