ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଞ୍ଚମ ଦିବସ : ଭେଟ୍ରାନ ରୁରାଲଷ୍ଟାର ଓ ୟୁଥ୍‌ ଖଲିଆପାଲି ଦଳ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୂଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ପଞ୍ଚମ ଦିବସରେ ପ୍ରଥମ ଖେଳରେ ଭେଟ୍ରାନ ରୁରାଲ ଷ୍ଟାର ୩-୦ ଗୋଲରେ କଲେଜ ଛକ ଭେଟ୍ରାନକୁ ହରାଇ ଫାଇନାଲକୁ ପ୍ରବେଶ କରିଛି । ବିଜୟୀ ଦଳ ତରଫରୁ ନିସାରକାନ୍ତ ନାଗ, ଡି ସେଠ୍‌ ଓ ଶ୍ରୀକର ମିଶ୍ର ଗୋଲ ସ୍କୋର କରିଥିଲେ । ପୃଷ୍ଟପୋଷକ ଅମନ ନାଗ ଓ କମିଟି ସଭାପତି ପ୍ରଭାତ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଫୁଟବଲ ଖେଳରେ ମୁଖ୍ୟ ଅତିଥି ଭାବେ ସରକାରୀ ଓକିଲ ଅଶୋକ କୁମାର ମହାନ୍ତି ଯୋଗଦେଇଥିବା ବେଳେ ବରିଷ୍ଠ ଆଇନଜୀବୀ ସଞ୍ଜିବ କୁମାର ନାଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଫୁଲ୍ଲ ବର୍ଗତ୍ତୀ, ସୁଶାନ୍ତ ନାଗ ଓ ଦେବାଶିଷ ବାଗ ରେଫରୀ ଦାୟିତ୍ୱ ତୁଲାଇଥିଲେ । ସେହିପରି ୟୁଥ ଖେଳରେ ଖଲିଆପାଲି ଦଳର ରୋମିଙ୍କ ଗୋଟିଏ ଗୋଲ ବଳରେ କୁଶଙ୍ଗକୁ ହରାଇ ଫାଇନାଲକୁ ପ୍ରବେଶ କରିଛି । ମୁଖ୍ୟ ଅତିଥି ଭାବେ ପୌରପରିଷଦ ୱାର୍ଡ ନମ୍ବର ୬ କାଉନସିଲର, ସମାଜସେବୀ ତଥା ସହର ବିଜେଡି ସଭାପତି ଶମ୍ଭୁ ନାଗ ଯୋଗଦେଇଥିଲେ । ଖେଳକୁ ଦେବାଶିଷ ବାଗ, ନରସିଂସ୍ୱାମୀ ନାଇଡୁ, ସୁଶାନ୍ତ ନାଗ ଓ ପ୍ରଫୁଲ୍ଲ ବଗର୍ତ୍ତୀ ପରିଚାଳନା କରିଥିଲେ । କମିଟିର ସମ୍ପାଦକ ହେମନ୍ତ ବେହେରା, କୋଷାଧ୍ୟକ୍ଷ ଗମନିଏଲ ନାଗ୍‌, ପ୍ରଦୋସ କୁମାର ଦାସ, ସୁବୋଧ ବାଗ, ଶ୍ରୀଧର ସେଠ୍‌, ବିରେନ୍ଦ୍ର ସୁନା, ଜ୍ୟେତିରାଜ ନାଗ, ସାନ୍ତନୁ ନାଗ, ସର୍ଜୁ ନାଗ, ଏନ୍‌ ଗାବ୍ରିଏଲ ଜେମ୍ସ, ପ୍ରଦ୍ୟୁମ୍ନ ନନ୍ଦ, ଦୁର୍ବାଦଳ ମହାକୁର, ବିଶ୍ୱଜିତ ପାଲ, ଡ. ସିଦେ୍ଧଶ୍ୱର ମିଶ୍ର, ସୁନିଲ ବିଶ୍ୱାଲ, ଜୀବନ ସୁନା, ମନୋଜ ନନ୍ଦ, ନିଥନିଅଲ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ । ଶନିବାର ଦିନ ୟୁଥ ଖେଳ ଗଇଁନ୍ତଲା ବନାମ ୟୁନାଇଟେଡ କଲେଜ ଛକ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହେବ ଓ ରବିବାର ଦିନ ଭେଟ୍ରାନ ଓ ୟୁଥ୍‌ ଫାଇନାଲ ଖେଲ ହେବ ବୋଲି ସମ୍ପାଦକ ହେମନ୍ତ କୁମାର ବେହେରା ଜଣାଇଛନ୍ତି ।

Leave A Reply

Your email address will not be published.