ଖାସ୍‌ବାହାଲ ଗାଁରେ କୁରାଲ ପଞ୍ଚମୀ ପୂଜା ଉଦ୍‌ଯାପିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଖାସବାହାଲ ଗାଁରେ ୩ ଦିନ ଧରି ମହା ଆଡମ୍ବରରେ ଚାଲିଥିବା କୁରାଲ ସମାଜର କୁରାଲ ପଞ୍ଚମୀ ପୂଜା ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ପୂଜା କର୍ତା ଭାବରେ ବୈଦ୍ୟନାଥ ରଣା ଓ ତାଙ୍କର ଧର୍ମପତ୍ନୀ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଲମ୍ବୋଦର ମିଶ୍ର ପୂଜାର୍ଚ୍ଚନା କରିଥିଲେ । ବ୍ୟାସ ଭାବେ ଗୌରୀ ରଣା ପୁରାଣ ପଠନ କରିଥିଲେ । ବୟସ୍କ ବ୍ୟକ୍ତି ଜଗପତି ରଣା, ପରମେଶ୍ୱର ରଣା ଓ ପ୍ରେମାନନ୍ଦ ରଣାଙ୍କୁ ଓପଢେ଼øକନ ଦେଇ ସମ୍ମାନିତ କରାଯାଇଥିଲା । ପୃଥିରାଜ ରଣାଙ୍କ ତତ୍ତ୍ବାବଧାନରେ ପ୍ରଥମେ ସାମାଜିକ ପତାକାକୁ ଉତ୍ତୋଳନ କରି ପୂଜା ଆରମ୍ଭ ହୋଇଥିଲା । ରଜନୀ, ନିତ୍ୟା, ରମେଶ, ପବିତ୍ର, ରତ୍ନା, ସତ୍ୟ, ତନୁ, ରୀଙ୍କୁ, ସନ୍ତୋଷ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.