ଭୟଙ୍କର ଟ୍ରକ ଦୁର୍ଘଟଣା ଘଟି ୫୩ ଜଣଙ୍କର ମୃତ୍ୟୁ

ମେକ୍ସିକୋ : ଦକ୍ଷିଣ ମେକ୍ସିକୋରେ ଏକ ଭୟଙ୍କର ଟ୍ରକ ଦୁର୍ଘଟଣା ଘଟି ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ ଦକ୍ଷିଣ ମେକ୍ସିକୋର ରାଜଧାନୀ ଟୁକ୍ସଟଲା ଗୁଟିରେଜ ନିକଟରେ ଘଟିଥିବା ଏହି ଦୁର୍ଘଟଣା ଗୁରୁବାର ଅପରାହ୍ନରେ ଟ୍ରକଟି ୧୦୦ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ନାଗରିକ ସୁରକ୍ଷା ସେବା ମୁଖ୍ୟ ଲୁଇସ ମାନୁଏଲ ଗ୍ରାସିଆ ମୋରେନୋ ମିଲେନିଓ କହିଛନ୍ତି ।

Leave A Reply

Your email address will not be published.