csstore

କରୋନା ଯୋଦ୍ଧା ଶିକ୍ଷକଙ୍କ ମୃତ୍ୟୁ ପରେ ବେସାହାରା ପରିବାର : ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ଚାକିରି ପ୍ରଦାନ କରିବାକୁ କଲେ ଅନୁରୋଧ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ଯୋଦ୍ଧା ଶିକ୍ଷକଙ୍କ ମୃତ୍ୟୁ ପରେ ବେସାହାରା ହୋଇପହଇଥିବା ବନିତା ସାହୁ ଓ ତାଙ୍‌ଙ୍କ ଦୁଇ ଝିଅଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ଚାକିରି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଭଟିଗାଁ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ସମ୍ପାଦନ କରିଆସୁଥିବା ଶିକ୍ଷକ ଭୁବନେଶ୍ୱର ସାହୁ ଗତ ଅଗଷ୍ଟ ମାସ ୨୮ ତାରିଖରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର ଉଭୟ ବୃକକ ଖରାପ ହୋଇଯାଇଥିଲା ଏବଂ ବୁର୍ଲାକୁ ତାଙ୍କୁ ଚିକିତ୍ସା କରିବା ପାଇଁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶିକ୍ଷକ ଭୁବନେଶ୍ୱର ସାହୁ କରୋନା ମହାମାରୀ ସମୟରେ ସକ୍ରିୟ ଭାବେ କୋଭିଡ ସଚେତନତା କାର୍ଯ୍ୟକ୍ରମରେ ଜଡିତ ଥିଲେ ରାଜ୍ୟ ସରକାରଙ୍କ ରାପିଡ ରେସ୍ପୋନ୍ସ ଟିମର ସଦସ୍ୟ ମଧ୍ୟ ଥିଲେ । ପରେ ତାଙ୍କ ପରିବାର ବେସାହାରା ହୋଇ ଯାଇଛି । ବର୍ତ୍ତମାନ ତାଙ୍କ ସ୍ତ୍ରୀ ବନିତା ସାହୁ ବଡ଼ଝିଅ ଅଙ୍କିତା ସାହୁ(୧୩) ଏବଂ ସାନଝିଅ ଚିନ୍ମୟୀ ସାହୁ (୮) ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭାଟିଗାଁ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୭୫ ପ୍ରତିଶତରେ ଏକ ବ୍ଲକ ଗ୍ରାଣ୍ଟ ସ୍କୁଲ ହୋଇଥିବାରୁ ବର୍ତ୍ତମାନ ମୃତକ ଶିକ୍ଷକଙ୍କ ପରିବାରର ଭବିଷ୍ୟତ ଅନ୍ଧକାର ଦିଗକୁ ଠେଲି ହୋଇଯାଇଛି ଏଭଳି ସ୍ତରରେ ଦୁଇଝିଅଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ତାଙ୍କ ସ୍ତ୍ରୀଙ୍କୁ ପୁନର୍ବାସ ଥଇଥାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକୂଳ ନିବେଦନ କରିଛନ୍ତି ।

jayashree
Leave A Reply

Your email address will not be published.