oom

ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ : କୁଶଙ୍ଗ ଦଳ ବିଜୟୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୁଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ତୃତୀୟ ଦିବସରେ କୁଶଙ୍ଗ ଦଳ ଟ୍ରାଇବ୍ରେକର ୫-୩ ଗୋଲରେ ଚୁଡାପାଲିକୁ ହରାଇ ବିଜୟୀ ହୋଇଛି । ପୃଷ୍ଟପୋଷକ ଅମନ ନାଗ ଓ କମିଟି ସଭାପତି ପ୍ରଭାତ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଫୁଟବଲ ଖେଳରେ ମୁଖ୍ୟ ଅତିଥି ଭାବେ ଡେପୁଟି କମିଶନର କମର୍ସିଆଲ ଟେକ୍ସ ଫକିର ମୋହନ ଶତପଥି ଓ ସମ୍ମାନିତ ଅତିଥିଭାବେ ଜିଏସ୍‌ଟି ସୋଭନ କୁମାର ଦାସ ଯୋଗ ଦେଇ ପଡିଆ ମଧ୍ୟକୁ ଯାଇ ଖେଳାଳି ମାନଙ୍କ ସହ କରମଦ୍ଦନ କରିଥିଲେ । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡାସଂଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଉପସ୍ଥିତ ଥାଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଖେଳକୁ ସୁଶାନ୍ତ ନାଗ, ନରସିଂସ୍ୱାମୀ ନାଇଡୁ, ପ୍ରଫୁଲ୍ଲ ବଗର୍ତ୍ତୀ ଓ ସୁଦୟ ବାରିକ ପରିଚାଳନା କରିଥିଲେ । କମିଟିର ସମ୍ପାଦକ ହେମନ୍ତ ବେହେରା, କୋଷାଧ୍ୟକ୍ଷ ଗମନିଏଲ ନାଗ୍‌, ପ୍ରଦୋସ କୁମାର ଦାସ, ସୁବୋଧ ବାଗ, ଶ୍ରୀଧର ସେଠ୍‌, ବିରେନ୍ଦ୍ର ସୁନା, ପ୍ରଦୋସ କୁମାର ଦାସ, ସାନ୍ତନୁ ନାଗ, ସର୍ଜୁ ନାଗ, ଏନ୍‌ ଗାବ୍ରିଏଲ ଜେମ୍ସ, ପ୍ରଦ୍ୟୁମ୍ନ ନନ୍ଦ, ଦୁର୍ବାଦଳ ମହାକୁର, ବିଶ୍ୱଜିତ ପାଲ, ଡ. ସିଦେ୍ଧଶ୍ୱର ମିଶ୍ର, ସୁନିଲ ବିଶ୍ୱାଲ, ଜିବନ ସୁନା, ସାନ୍ତନୁ ପୁଜାରୀ, ମନୋଜ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ଗୁରୁବାର ଦିନ ପ୍ରଥମ ଖେଳ ବ୍ଳୁଷ୍ଟାର ବଲାଙ୍ଗିର ଭେଟ୍ରାନ୍‌ ବନାମ ଖଲିଆପାଲି ଭେଟ୍ରାନ୍‌ ଓ ଦ୍ୱିତୀୟ ୟୁଥ ଖେଳ ୟୁନାଇଟେଡ ବଲାଙ୍ଗିର ବନାମ ଅମାମୁଣ୍ଡା ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ହେମନ୍ତ କୁମାର ବେହେରା ଜଣାଇଛନ୍ତି ।

jittmm
Leave A Reply

Your email address will not be published.