ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତଙ୍କ ସ୍ଵର୍ଗିୟ ପିତା ରାଧେଶ୍ୟାମ ପୁରୋହିତଙ୍କ ପ୍ରାୟଗ ରାଜ ତୀର୍ଥକ୍ଷେତ୍ର ତ୍ରିବେଣୀ ସଙ୍ଗମ ସ୍ଥଳିରେ ଅସ୍ଥି ବିସର୍ଜନ କ୍ରିୟା କର୍ମ ସମାପନ ହେବା ପରେ ଆଜି ପାଇକମାଲ ସ୍ଥିତ ବାସ ଭବନରେ ଗଙ୍ଗାଶ୍ରାଦ୍ଧ ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରିୟ ବନ୍ଧୁବର୍ଗଙ୍କ ସମେତ ଅଞ୍ଚଳର ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଭିତରେ ବରଗଡ ସାଂସଦ ସୁରେଶ ପୂଜାରୀ, ଡା. ରାମକୃଷ୍ଣ ପୁରୋହିତ, ଜିଲ୍ଲା ବିଜେପି ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ, ବରିଷ୍ଠ ନେତା ସୁରେଶ ଶତପଥୀ, ରବି ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ଵର୍ଗତ ଶ୍ରୀ ପୁରୋହିତଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଞାପନ ସହ ସ୍ମୁତି ଚାରଣ କରିଥିଲେ । ବଲାଙ୍ଗିର, ସମ୍ବଲପୁର, ନୂଆପଡ଼ା, ବରଗଡ, ପଦ୍ମପୁର, ପାଇକମାଲ, ଝାରବନ୍ଧ ଆଦି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

three × 4 =