ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ସଇଁନ୍ତଲା ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ଜଣାଶୁଣା ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ, ସଂଗଠକ ଓ ନାଟ୍ୟକାର ସତ୍ୟନାରାୟଣ ବେହେରାଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ବିବେକାନନ୍ଦ ପାଠାଗାର ଠାରେ ସାମ୍ବାଦିକ ତରୁଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀଙ୍କ ସଭାପତିତ୍ୱରେ ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଭାବେ, ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ ସମ୍ମାନିତ ଅତିଥି ଭାବେ, ସାମ୍ବାଦିକ ସଞ୍ଜୟ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ସ୍ୱର୍ଗତ ଶ୍ରୀ ବେହେରାଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସେ ଜଣେ ଜଣାଶୁଣା ସାମ୍ବାଦିକ ଥିବା ସହ ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ କରୁଥିଲେ ଓ ସାମ୍ବାଦିକ ସ୍ୱର୍ଗତ ବେହେରାଙ୍କ ବିୟୋଗ ରାଜ୍ୟର ସାମ୍ବାଦିକତା କ୍ଷେତ୍ରର ଅପୂରଣୀୟ କ୍ଷତି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ତାଙ୍କର ବିୟୋଗରେ ପ୍ରଥମେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ବେହେରା କେବଳ ଜଣେ ପ୍ରବୀଣ ସାମ୍ବାଦିକ ନଥିଲେ ସେ ଜଣେ ସୁସଂଗଠକ, ସାହିତ୍ୟିକ ଓ ଚଳଚ୍ଚିତ୍ର ଅଭିନେତା, ନାଟ୍ୟକାର ଭାବରେ ସୁନାମ ଅର୍ଜନ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ହରେକୃଷ୍ଣ ମହତାବ ଓ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟରେ ସେ ସକ୍ରିୟ ସାମ୍ବାଦିକତା କରିବା ସହିତ ସୁନାମ ଅର୍ଜନ କରିଥିଲେ । ଯୁବ ସାମ୍ବାଦିକମାନଙ୍କ ପାଇଁ ଆଦର୍ଶ ପାଲଟିଥିବା ସ୍ୱର୍ଗତ ବେହେରା ବଲାଙ୍ଗିର ଜିଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଦସ୍ୟ ଥିଲେ । ସାମ୍ବାଦିକ ଅଭିନାଶ ନନ୍ଦ, ରାମ ନାରାୟଣ ବାଗ, ଆଲୋକ ସାହୁ, ରାଖାଲ ଶତପଥୀ, ରଞ୍ଜନ ବାଗ, ଅଜିତ କୁମାର ସାହୁ, ପୃଥିରାଜ ବକୁଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ସାମ୍ବାଦିକ ଜୁଲୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 × 3 =