ଜିଲ୍ଲା କ୍ରୀଡା ପ୍ରତିଯୋଗିତା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାଗ ନେବାକୁ ଥିବା ଜିଲ୍ଲା କ୍ରୀଡା ସଂସଦର ପଞ୍ଜିକୃତ ସଂସ୍ଥା ତଥା ସ୍କୁଲ୍, କଲେଜ ଓ କ୍ରୀଡାବିତ୍‌ମାନେ ନିଜର ବ୍ୟକ୍ତିଗତ ବା ଅନୁଷ୍ଠାନରୁ ନାମ ପଞ୍ଜୀକୃତ ଆସନ୍ତା ୧୭ ତାରିଖ ମଧ୍ୟରେ କରାଇ ନେବାକୁ ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ଓ କ୍ରୀଡା ସମ୍ପାଦକ ହରଦୀପ ସିଂ ଜଣାଇଛନ୍ତି । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା କ୍ରୀଡାବିତ୍‌ମାନଙ୍କ ଆଧାର କାର୍ଡ ବାଧ୍ୟତାମୂଳକ ଅଟେ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.