jsm

ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ଗ୍ୟାସ ପିଲିଙ୍ଗ ବେଳେ ଗ୍ୟାସ ସିଲିଣ୍ଡରରୁ ନିଆଁଲାଗି ୨ଗୁରୁତର

csstore

ବୌଦ୍ଧ, (ବଂଶୀଧର ମାଝୀ) : ବସଷ୍ଟାଣ୍ଡ ନିକଟରେ ଥିବା ଭୁବନେଶ୍ୱରୀ ଏଣ୍ଟରପ୍ରାଇଜର୍ସ ନାମକ ଏକ ଗ୍ୟାସ ଫିଲିଙ୍ଗ ଦୋକାନରେ ଗୋଟିଏ ଖାଲି ଗ୍ୟାସ ଟାଙ୍କିରେ ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ହଠାତ ଅଗ୍ନିକାଣ୍ଡ ଘଟି ଦୋକାନ ମାଲିକଙ୍କ ସମେତ ଅନ୍ୟଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଆଖପାଖରେ ଉପସ୍ଥିତ ଥିବା ଲୋକେ ଉଭୟଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ମତେ ରାତି ପ୍ରାୟ ୭ଟା ବେଳେ ଉକ୍ତ ଗ୍ୟାସ ଫିଲିଙ୍ଗ ଦୋକାନରେ ଗ୍ୟାସ ଭର୍ତ୍ତି କରୁଥିବା ସମୟରେ କୌଣସି କାରଣରୁ ଗ୍ୟାସ ଲିକ ହୋଇ ନିଆଁ ଲାଗିଯାଇଥିବା ବେଳେ ଏଥିରେ ଦୋକାନର ମାଲିକ ରାମଚନ୍ଦ୍ର ମିଶ୍ର ଏବଂ ତାଙ୍କ ସହିତ ଦୋକାନ ମଧ୍ୟରେ ଥିବା ପ୍ରୀତିଶ ପୁରୋହିତ ନାମକ ଜଣେ କର୍ମଚାରୀ ପୋଡି ଯାଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବୌଦ୍ଧ ଥାନା ଅଧିକାରୀ ସେଠାରେ ପହଞ୍ଚି ଅଗ୍ନିକାଣ୍ଡର କାରଣ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

yuvodaya
Leave A Reply

Your email address will not be published.