ବଲାଙ୍ଗିର ସଦର ବ୍ଲକରେ ଜନଜାଗରଣ ପଦଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟିର ଡାକରାରେ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିଡିଘାଟ ଗ୍ରାମ ପଂଚାୟତଠାରୁ ଚାଣ୍ଟିମୁଣ୍ଡା ପର୍ଯ୍ୟନ୍ତ ସଦର ବ୍ଲକ କଂଗ୍ରେସ କମିଟିର କର୍ମୀମାନଙ୍କୁ ନେଇ ବିଶାଳ ପଦଯାତ୍ରା ଅନୁଷ୍ଠିତ ହେବା ସହ ଯିବା ରାସ୍ତାରେ ପଥପ୍ରାନ୍ତ ସଭାମାନ ଅନୁଷ୍ଠିତ ହୋଇଯାଇଛି । ପରେ ଚାଣ୍ଟିମୁଣ୍ଡାଠାରେ ଶତାଧିକ କଂଗ୍ରେସ କର୍ମୀଙ୍କ ଗହଣରେ ଜନ ଜାଗରଣ ସଭା ସଦର ବ୍ଲକ କଂଗ୍ରେସ କମିଟି ସଭାପତି ରାମ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ସଭାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା ଯୋଗଦାନ କରି ବିଜେଡି ସରକାରର ମା’କୁ ସମ୍ମାନର ଫମ୍ଫା ସ୍ଲୋଗାନର ବ୍ୟାଖ୍ୟା କରି ମମିତା ମେହେର ଘଟଣାରେ କିଭଳି ବିଜେଡି ସରକାର ପକ୍ଷପାତିତା କରୁଛି ବୋଲି ଉଦ୍‌ବୋଧନ ଦେଇଥିବା ବେଳେ ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର କେନ୍ଦ୍ର ବିଜେପି ସରକାରକୁ କୃଷି ବିରୋଧୀ, କୃଷକ ବିରୋଧୀ ବୋଲି ବର୍ଣ୍ଣନା କରିବା ସହ କୃଷକଙ୍କ ସ୍ୱାର୍ଥରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ଫେଲ ମାରିଛି ବୋଲି ବର୍ଣ୍ଣନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଜୁଲୁ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ପୂର୍ବ ବ୍ଲକ ଅଧ୍ୟକ୍ଷ ଘାସିରାମ ବେହେରା, ଉପସଭାପତି ସରୋଜ ରଥ, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ରାଧାକାନ୍ତ ଭୋଇ, ଜଗନ୍ନାଥ ପଧାନ, ଆଦିବାସୀ ନେତା ଲୋକନାଥ କୁମୁରା, ମୁରଲି ବାରଲେଣ୍ଡିଆ, ପଙ୍କଜ ମାଲ ପ୍ରମୁଖ ଉଦ୍‌ବୋଧନ ଦେଇଥିବା ବେଳେ ସଦର ବ୍ଲକ କିଷାନ କଂଗ୍ରେସ ଅଧ୍ୟକ୍ଷ ଗଗନ ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.