shyamal

ବଲାଙ୍ଗିର ବିଜୁ ଜନତା ଦଳର ପୌରାଞ୍ଚଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଜୁ ଜନତା ଦଳର ଏକ ପୌରାଞ୍ଚଳ କର୍ମୀ ସମ୍ମିଳନୀ ସ୍ଥାନୀୟ ମୀନା ଟେଣ୍ଟ ହାଉସ ଠାରେ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଓ ସମ୍ମାନିତ ଅତିଥି ଭାବେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଯୋଗଦାନ କରିଥିବା ବେଳେ ସଭାପତିତ୍ୱ କରିଥିଲେ ବିଜେଡିର ବଲାଙ୍ଗିର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି । ବୈଠକକୁ ସଂଯୋଜନା କରିଥିଲେ ବଲାଙ୍ଗିର ଜିଲ୍ଲାର ଯୁବ ବିଜେଡ଼ିର ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା । ଅର୍କେଶ ନାରାୟଣ ସିଂହଦେଓ ଏବଂ ଅନଙ୍ଗ ଉଦୟ ସିଂହଦେଓ ଦଳର ଅସଲ ଆନୁଗତ୍ୟ ମାନଙ୍କୁ ଚିହ୍ନଟ କରି ଆଗାମୀ ନିର୍ବାଚନ ମାନଙ୍କରେ ପ୍ରାର୍ଥୀ ଚୟନ କରିବାକୁ ଥିବା ବେଳେ ବିଜେଡିର ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦଳ କର୍ମକର୍ତ୍ତା ଆସି ଦଳରେ ଯୋଗଦାନ କରୁଛନ୍ତି । ଯାହା ଦଳକୁ ଆହୁରି ମଝବୁତ କରୁଛି । ଆମେ କ୍ଷମତାରେ ରହୁ ବା ନରହୁ ବଲାଙ୍ଗିର ଲୋକଙ୍କ ସହିତ ଯୋଡି ହୋଇ ରହିଛୁ, ରହିବୁ ବୋଲି ତାଙ୍କର ଅଭିଭାଷଣରେ ଦୁହେଁ କହିଥିଲେ । ଆଜିର ଏହି ସମ୍ମିଳନୀରେ କଂଗ୍ରେସର ପୁରୁଣା ନେତା ପବିତ୍ର ନେପାକ ଅନଙ୍ଗ ଉଦୟ ସିଂହଦେଓଙ୍କ ଆଦର୍ଶ ଓ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସ୍ୱତଃପ୍ରବୃତ୍ତ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିବା ଦଳ ପକ୍ଷରୁ ସୂଚନା ମିଳିଛି । ଏହି ସମ୍ମିଳନୀରେ କୁଲମଣୀ ମେହେର, ଶମ୍ଭୁ ନାଗ, ମୁନା ଖାନ, ଲିପିଶ୍ରୀ ସାଏ, ଉମା ଶଙ୍କର ସିଂ, ଲକ୍ଷ୍ମଣ କୁମାର ମେହେର, ବାସୁଦେବ ପତି, ଧୃବ ଜୁଏଡ, ଓମକାର ନାୟକ, ଭଗବାନ ବଗର୍ତ୍ତୀ, ସନ୍ତୋଷିନୀ ବେହେରା, ଗୋଲାପ ବାଗ, ଗୁଞ୍ଜ ଖାନ, ସାଗର ସଙ୍ଗମ ଶତପଥି, ଦମୟନ୍ତୀ ବାଗ ପ୍ରମୁଖ ନିଜସ୍ୱ ବକ୍ତବ୍ୟ ରଖିଥିବା ବେଳେ ସଭା ଶେଷରେ ସୁମନ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ସୂଚନା ମିଳିଛି ।

purusottam
Leave A Reply

Your email address will not be published.