ସିଏନ୍‌ସି କ୍ୟାମ୍ପସ୍‌ରେ ନିଯୁକ୍ତି ସାକ୍ଷାତକାର : ୧୧ ଜଣ ଛାତ୍ରଛାତ୍ରୀ ଚାକିରୀ ପାଇଁ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଏନ୍‌ସି କ୍ୟାମ୍ପସ୍‌ରେ ଗତ ୯ ତାରିଖ ଦିନ ଏକ କନିଷ୍ଠ ହିସାବ ରକ୍ଷକ (ଜୁନିଅର୍‌ ଏକାଉଣ୍ଟେଣ୍ଟ) ନିଯୁକ୍ତି ସାକ୍ଷାତକାର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୧୧ ଜଣ ଚାକିରୀ ପାଇଁ ମନୋନୀତ ହୋଇଥିବା ସୂଚନା ମିଳିଛି । ଏହି ସାକ୍ଷାତକାରରେ ଫାଷ୍ଟ କ୍ଲାସ୍‌ କ୍ୟାରିଅର୍‌ ଥିବା ୫୭ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ ଛାତ୍ରଛାତ୍ରୀ ଚାକିରୀରେ ଯୋଗଦାନ ପାଇଁ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ଆଶୁତୋଷ ପଲାଇ, ଆୟୁଷ୍ମାନ ପୂଜାହାରୀ, ଗୋବିନ୍ଦ ସାହୁ, ପ୍ରଜ୍ଞା ପ୍ରିୟଦର୍ଶିନୀ ଷଡ଼ଙ୍ଗୀ, ରିଙ୍କି ମେହେର, ରିୟା ଅଗ୍ରୱାଲ, ସଂଗ୍ରାମ କେଶରୀ ସିଂହ, ଶୀତଲ ଅଗ୍ରୱାଲ, ଶ୍ରଦ୍ଧା ଅଗ୍ରୱାଲ, ଏସ୍‌କେ ରବିଉଲ୍‌ ଇସ୍‌ଲାମ୍‌ ଏବଂ ସ୍ନିଗ୍ଧା ସାଗରିକା ସାହୁ । କୃତକାର୍ୟ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ଓଡ଼ିଶା ସରକାର ଏବଂ ଟାଟା ପାୱାର ୱେଷ୍ଟେର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ଼୍‌ ପ୍ରୋଜେକ୍ଟରେ କନିଷ୍ଠ ହିସାବ ରକ୍ଷକ (ଜୁନିଅର୍‌ ଏକାଉଣ୍ଟେଣ୍ଟ) ଭାବେ ଯୋଗଦାନ କରିବେ । ସିଏନ୍‌ସି ପକ୍ଷରୁ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.