ଏସିସି ଟ୍ରଷ୍ଟ ଓ ଜାତୀୟ ଯକ୍ଷ୍ମା ରୋଗ ନିରାକରଣ ବରଗଡ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ସ୍ଥିତ ବରଡୋଲ ଆଶ୍ରମ ବିଦ୍ୟାଳୟଠାରେ ଏକ ‘ଯକ୍ଷ୍ମା ରୋଗ ପରୀକ୍ଷଣ ଓ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର’ ଅନୁଷ୍ଠିତ ହୋଇଯାଇଛି । ବରଡୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ସରତ ଅଦାବର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସିସି ସିଏସ୍‌ଆର୍‌ ମୁଖ୍ୟ, ବରଡୋଲ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା ଏବଂ ଆଶା ଓ ଅଙ୍ଗନୱାଡ଼ି ପ୍ରମୁଖଙ୍କ ଉପସ୍ଥିତିରେ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୧୩୧ ଜଣ ରୋଗୀଙ୍କ ମଧ୍ୟରୁ ୦୭ ଜଣଙ୍କର ଯକ୍ଷ୍ମା ରୋଗ ପରୀକ୍ଷଣ ଓ ୧୨୪ ଜଣଙ୍କର ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ସମସ୍ତ ରୋଗୀଙ୍କର ରକ୍ତଚାପ ପରୀକ୍ଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ରୋଗ ବିଶେଷଜ୍ଞ, ବରଗଡ ଭେଷଜ ବିଶେଷଜ୍ଞ ଓ ଯକ୍ଷ୍ମା ରୋଗ ନିୟନ୍ତ୍ରଣ ଦଳ ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ଏସିସି ଟ୍ରଷ୍ଟର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.