jayashree

ପଠାଣି ସାମନ୍ତ ମେଧା ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର କୃତିତ୍ୱ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଠାଣି ସାମନ୍ତ ମେଧା ପରୀକ୍ଷା ଫଳ ଗତ ୨୨/୧୧/୨୦୨୧ ତାରିଖରେ ପ୍ରକାଶ ପାଇଛି । ଡେଲାଙ୍ଗ ବ୍ଲକରେ ସମୁଦାୟ ୧୨୬ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ଡେଲାଙ୍ଗ ମଣ୍ଡଳରେ ଚୟନିତ ୧୦ ଜଣ ମେଧାବୀ ମଧ୍ୟରେ ଶିଶୁ ମନ୍ଦିରର ଛାତ୍ର ଶ୍ରୀମାନ ସାତ୍ତ୍ୱିକ ୧୨୨.୫ ନମ୍ବର ରଖି ବ୍ଲକରେ ପ୍ରଥମ, ୧୧୦ ନମ୍ୱର ରଖି ମଧୁସ୍ମିତା ରାଉତ ୨ୟ, ୧୦୭.୫ ନମ୍ୱର ରଖି ଅଭିଜିତ ପରିଡ଼ା ୩ୟ ସ୍ଥାନ ସହିତ ସ୍ଵୟଂପ୍ରଭା ମହାପାତ୍ର ୫ମ ସ୍ଥାନ, ପ୍ରଭୁଦତ୍ତ ମହାଳୀ ଷଷ୍ଠ ସ୍ଥାନ ଏବଂ ସ୍ଵୟଂପ୍ରକାଶ ପ୍ରଧାନ ୭ମ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ବିଦ୍ୟାଳୟ ତରଫରୁ ସେମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ୬ଷ୍ଠ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୮୦ ଜଣ ଛାତ୍ରଛାତ୍ରୀଙ୍କ ସହିତ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ବିଦ୍ୟାମନ୍ଦିରର ସଭାପତି, ସମ୍ପାଦକ ଏବଂ ବିଦ୍ୟାମନ୍ଦିରର ପୂର୍ବତନ ସମ୍ପାଦକ କିଶୋର ପ୍ରଧାନ, ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ନବକିଶୋର ମହାପାତ୍ର ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ନିଜର ଉନ୍ନତି କରିବା ସହିତ ପଠାଣି ସାମନ୍ତ ମେଧାରେ ସଫଳତା ପ୍ରାପ୍ତକରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଥିବାରୁ ସମସ୍ତ ଅତିଥି ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ପିଢ଼ିର ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଗୌରବ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଡେଲାଙ୍ଗ ଅଞ୍ଚଳର ବୁଦ୍ଧିଜୀବୀ ଜ୍ଞାନୀ ଗୁଣିମାନଙ୍କର ସହଯୋଗ, ବିଦ୍ୟାଳୟର ଗୁରୁଜୀଗୁରୁମାମାନଙ୍କର ଅକୁଣ୍ଠ ସହଯୋଗ ସଫଳତା ଆଣି ଦେଇଥିବାରୁ ସାରା ଡେଲାଙ୍ଗ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯିବା ସହ ସମସ୍ତେ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଜୀଗୁରୁମା ପରିଚାଳନା କରିଥିଲେ । ବିଦ୍ୟାଳୟର ଉପସଭାପତି ରାଜେଶ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.