jayashree

ହାତୀ ଦାନ୍ତ ଓ ବାଘ ନଖ ଜବତ : ୪ ଗିରଫ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ପକ୍ଷରୁ ବାଘ ନଖ ଓ ହାତୀ ଦାନ୍ତ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ସିନାପାଲି ବ୍ଲକ ସଦର ଗ୍ରାମର ଧନେଶ୍ଵର ମେହେର (୪୫) ଗଣ୍ତାବାହାଲି ଗ୍ରାମର ମନୋଜ ମେହେର (୪୨) ଏବଂ କଲାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅନ୍ତର୍ଗତ ଟୁରଚି ଗ୍ରାମର ନୂଆଖାଉ ବାଗ (୬୦) ଓ ଚିତ୍ରସେନ ବାଗ (୩୨) ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସି ଗ୍ରାମ ପଦରଭଟା ଆମ୍ୱ ଗଛଠାରେ ମନୋଜ ମେହେର ଓ ଧନେଶ୍ଵର ମେହେର ବାଘ ନଖ ଧରି ଗ୍ରାହାକଙ୍କୁ ଜଗି ରହିଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ସିନାପାଲି ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋଙ୍କ ନେତୃତ୍ୱରେ ଏକ୍‌ ଟିମ୍‌ ଚଢାଉ କରି ୨ ଜଣ ବ୍ୟକ୍ତିଙ୍କୁ କାବୁକରି ଗିରଫ କରିବା ସହ ତାଙ୍କଠାରୁ ବାଘ ନଖ ଜବତ କରିଥିଲେ । ଉକ୍ତ ଅଭିଯୁକ୍ତଙ୍କୁ ବନ ବିଭାଗକୁ ଆଣି କାହା କାହା ସହ ଲିଙ୍କ୍ ଯୋଡି ରହିଛି ବୋଲି ଅଧିକ ପଚରା ଉଚରା କରାଯାଇଥିଲା । ହେଲେ ଅଭିଯୁକ୍ତମାନେ କିଛି କହିନଥିଲେ । ହେଲେ ମନୋଜ ମେହେରଙ୍କ ମୋବାଇଲ ଖୋଲି ଚେକ୍ କରିଥିବା ବେଳେ ମୋବାଇଲରୁ ହାତୀଦାନ୍ତ ଫଟୋ ଥିବା ଜଣାପଡିଥିଲା । ପରେ ଅଭିଯୁକ୍ତ ମନୋଜଙ୍କୁ ପଚାରିବାରୁ ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋଙ୍କୁ ସବୁ ସତ୍ୟା ସତ୍ୟ କଥା କହିଥିଲା । ସେଠାରେ କଲାହାଣ୍ଡି ଜିଲ୍ଲା ପର୍ଯ୍ୟନ୍ତ ଚେର ଲମ୍ୱି ଥିବା ଜଣାପଡିଥିଲା ।

କଲାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅନ୍ତର୍ଗତ ଟୁରଚି ଗ୍ରାମର ୨ଜଣ ବ୍ୟକ୍ତିଙ୍କ ପାଖରେ ହାତୀଦାନ୍ତ ଥିବା ସୂଚନା ମିଳିଥିଲା । ଉକ୍ତ ସୂଚନାକୁ ନେଇ ବନାଧିକାରୀ ଶ୍ରୀ ଟୋକ୍ନୋ ଖଡିଆଳ ଡିଏଫ୍‌ଓ ବିବେକ କୁମାରଙ୍କୁ ଜଣାଇଥିବା ବେଳେ ଡିଏଫ୍‌ଓ ବିବେକ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍ ଶିବ ପ୍ରସାଦ ରଥଙ୍କ ନେତୃତ୍ବରେ ସିନାପାଲି ବନବିଭାଗ ସହ ଏକ ଟିମ୍‌ ଗଠନ କରି ଏମ୍ ରାମପୁର ବନ ବିଭାଗର ସାହାଯ୍ୟରେ ଟୁରଚି ଗ୍ରାମରେ ଚଢାଉ କରି ସେଠାରେ ୨ଜଣ ଅଭିଯୁକ୍ତ ନୂଆଖାଉ ବାଗ ଓ ଚିତ୍ରସେନ ବାଗଙ୍କୁ ଗିରଫ କରି ତାଙ୍କଠାରୁ ୨ଖଣ୍ତ ହାତୀଦାନ୍ତ ସହ ୪୧ଗୋଟି ବାଘ ନଖ ଜବତ କରାଯାଇଥିଲା । ଉକ୍ତ ଅଭିଯୁକ୍ତମାନଙ୍କୁ ଆହୁରି ଅଧିକ ପଚରାଉଚରା କରାଯାଉଛି । ସୁଚନାଯୋଗ୍ୟ ଯେ, ଏହି ଚୋରା କାରବାର ଦିର୍ଘଦିନରୁ ଚାଲି ଆସୁଥିବା ବେଳେ ସିନାପାଲି ବନ ବିଭାଗ ଏହା ଉପରେ ନଜର ପକାଇ ରହିଥିଲା । ଏହି ୨ଖଣ୍ତ ହାତୀଦାନ୍ତର ଓଜନ ୪କେଜି ୨ଶହ ଗ୍ରାମ ବୋଲି ଜଣାପଡିଛି । ଏହି ହାତୀ ଦାନ୍ତ ଲିଙ୍କ ଓଡିଶା ସମେତ ଛତିଶଗଡ ଲମ୍ବୀ ଥିବା ଡ଼ିଏଫ୍‌ଓ ବିବେକ କୁମାର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.