pr

୧୦ ଫୁଟ୍‌ର ଅଜଗର ସାପ ଉଦ୍ଧାର

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲାଲଟିକ୍ରା ଗ୍ରୀଡ୍‌କୋ ପାଖରେ ପାଖାପାଖି ଏକ ୧୦ ଫୁଟ ଲମ୍ବ ଥିବା ଅଜଗର ସାପ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ପାର୍ଥ କର୍ଣ୍ଣଙ୍କ ଘରେ ଆଜି ସକାଳୁ ଏହି ଅଜଗର ଦେଖା ଦେଇଥିବା ବେଳେ ବଲାଙ୍ଗିର ସ୍ନେକ୍‌ ରେସ୍‌କ୍ୟୁ ଟିମ୍‌ର ସଦସ୍ୟ ସୁରୁ ତାଣ୍ଡିଙ୍କୁ ଖବର ଦେବା ପରେ ସେ ଆସି ଅଜଗରକୁ ଉଦ୍ଧାର କରିଛନ୍ତି । ଏହି ସାପକୁ ଦେଖିବା ପାଇଁ ଦେଖଣାହାରୀଙ୍କ ଜବରଦସ୍ତ ଭିଡ ଦେଖିବାକୁ ମିଳିଥିଲା । ତେବେ ସାପ ଧରାଳୀ ଶ୍ରୀ ତାଣ୍ଡି ଏହି ଅଜଗରକୁ ଚାନ୍ଦିଲି ରିଜର୍ଭ ଫରେଷ୍ଟରେ ଛାଡିବା ନେଇ ପ୍ରକାଶ କରିଛନ୍ତି ।

nrusinghnath
Leave A Reply

Your email address will not be published.