ପ୍ରବଳ ବର୍ଷା ହେଲା କାଳ : ଘରର କାନ୍ଥ ପଡ଼ିଯିବାରୁ ୪ଜଣ ପିଲାଙ୍କ ସମେତ ୯ଜଣଙ୍କ ମୃତ୍ୟୁ

ତାମିଲନାଡ଼ୁ : ତାମିଲନାଡ଼ୁର ଭେଲୋର ଜିଲ୍ଲା ଅନ୍ତର୍ଗତ ପେରନାମପଟ୍ଟୁ ଅଞ୍ଚଳରେ ପ୍ରବଳ ବର୍ଷା ହେଲା କାଳ । ପ୍ରବଳ ବର୍ଷା ଯୋଗୁଁ ଏକ କୋଠାଘରର କାନ୍ଥ ପଡ଼ିଯିବାରୁ ୪ଜଣ ପିଲାଙ୍କ ସମେତ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଡୁକ୍କମପାରାଇସ୍ଥିତ ଗୁଡ଼ିୟାତାମ୍ ସରକାରୀ ଡ଼ାକ୍ତରଖାନା ଏବଂ ଗଭର୍ଣ୍ଣମେଣ୍ଟ ଭେଲୋର ମେଡ଼ିକାଲ କଲେଜ ହସ୍ପିଟାଲରେ ଆହତ ବ୍ୟକ୍ତିମାନଙ୍କର ଚିକିତ୍ସା ଚାଲିଛି । ସୂଚନା ଅନୁଯାୟୀ, ବିଗତ କିଛି ଦିନ ହେଲାଣି ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଘରଟି ସକାଳ ପ୍ରାୟ ୬ଟା ୩୦ରେ ଭୁଶୁଡ଼ି ପଡ଼ିଥିଲା । ବର୍ଷା ପାଣି ମାଡ଼ିଯାଇଥିବାରୁ ଏହି ଘରେ ପରିବାର ବର୍ଗଙ୍କ ସହ ଆଉ କିଛି ପଡ଼ୋଶୀ ରହୁଥିଲେ । ଖବର ପାଇ ତାମିଲନାଡ଼ୁ ଅଗ୍ନିଶମ ଓ ଉଦ୍ଧାରକାରୀ ସେବାର କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ । ସେଠାରୁ ୯ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଘଟଣରେ ଶୋକବ୍ୟକ୍ତ କରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ମୃତ ବ୍ୟକ୍ତିଙ୍କ ପରିବାର ପ୍ରତି ୫ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି

Leave A Reply

Your email address will not be published.