ପ୍ରଧାନମନ୍ତ୍ରୀ ନଭେମ୍ବର ୧୯ ତାରିଖ ୟୁପି ଗସ୍ତ କରିବେ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବେ

  • ପ୍ରଧାନମନ୍ତ୍ରୀଙ୍କ ୟୁପିଗସ୍ତ ଅବସରରେ ଉଦ୍ଘାଟିତ ହେବ ୬୨୫୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପ
  • ଚାଷୀଙ୍କ ସୁବିଧା ଓ ଜଳକଷ୍ଟ ଦୂର ପାଇଁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ମହୋବାଠାରେ ଜଳପ୍ରକଳ୍ପ
  • ଝାନ୍ସୀରେ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ଅଟଳ ଏକତା ଉଦ୍ୟାନ ଓ ୬୦୦ ମେଗାୱାଟର ଅତ୍ୟାଧୁନିକ ସୌରଶକ୍ତି ଉଦ୍ୟାନର ହେବ ଶିଳାନ୍ୟାସ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମହୋବା ଏବଂ ଝାନ୍ସୀ ଜିଲ୍ଳା ଆସନ୍ତା ନଭେମ୍ବର ୧୯ ତାରିଖ ଦିନ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଜଳକଷ୍ଟ ଉନ୍ମେଳନ ପାଇଁ ଅପରାହ୍ନ ପ୍ରାୟ ୨ଟା ୪୫ମିନିଟ୍ରେ ମହୋବାଠାରେ ଏକାଧିକ ପ୍ରକଳ୍ପ ଉଦ୍ଘାଟନ କରିବେ । ଏହି ପ୍ରକଳ୍ପଗୁଡିକ ସେ ଅଞ୍ଚଳରେ ଜଳକଷ୍ଟ ଦୂର କରିବା ସହ ଚାଷୀମାନଙ୍କୁ ମଧ୍ୟ ଆଶ୍ୱସ୍ତ କରିବ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଅଜୁର୍ନ ସହାୟକ ପ୍ରକଳ୍ପ, ରତାଉଲ୍ଲୀ ୱେର ପ୍ରକଳ୍ପ, ଭାଓନୀ ବନ୍ଧ ପ୍ରକଳ୍ପ ଓ ମାଝଗାଓଁ -ଚିଲ୍ଲୀ ସ୍ପ୍ରିଙ୍କଲର ପ୍ରକଳ୍ପ ଅନ୍ତର୍ଭୁକ୍ତ । ପ୍ରାୟ ୩୨୫୦ କୋଟିରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପ ମାନ କାର୍ୟ୍ୟକାରୀ ହେବା ଦ୍ୱାରା ମହୋବା, ହମୀରପୁର, ବାନ୍ଦା ଓ ଲଲିତପୁର ଜିଲ୍ଲାର ପ୍ରାୟ ୬୫ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ । ଏହି ପ୍ରକଳ୍ପ ଗୁଡିକରୁ ପାନୀୟ ଜଳ ମଧ୍ୟ ସେ ଅଞ୍ଚଳକୁ ଯୋଗାଯାଇପାରିବ ।
ଅପରାହ୍ନ ପ୍ରାୟ ୫ଟା ୧୫ମିନିଟ୍ରେ ପ୍ରଧାନମନ୍ତ୍ରୀ ଝାନ୍ସୀ ଜିଲ୍ଲାର ଗରାଉଥା ଠାରେ ଛଅଶହ ମେଗାୱାଟ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ସୌରଶକ୍ତି ଉଦ୍ୟାନର ଶିଳାନ୍ୟାସ କରିବେ । ୩୦୦୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ସୌରଶକ୍ତି ପ୍ରକଳ୍ପ ଯୋଗୁଁ ଶସ୍ତାରେ ବିଦ୍ୟୁତ ଶକ୍ତି ମିଳିବା ସହ ଗ୍ରୀଡକୁ ମଜବୁତ କରିବ ।
ପ୍ରଧାନମନ୍ତ୍ରୀ ଝାନ୍ସୀ ଠାରେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଅଟଳ ଏକତା ଉଦ୍ୟାନକୁ ମଧ୍ୟ ଉଦ୍ଘାଟନ କରିବେ । ୪୦ହଜାର ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମିତ ଏହି ଉଦ୍ୟାନ ବାବଦକୁ ୧୧ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି । ଏଠାରେ ଏକ ଗ୍ରନ୍ଥାଳୟ ଓ ଅଟଳ ବିହାରୀ ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ରହିବ । ଏକତାର ପ୍ରତିମୂର୍ତ୍ତି ନିର୍ମାଣ ପଛରେ ରହିଥିବା ସ୍ଥପତି ଶ୍ରୀରାମ ସୂତାର ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।

Leave A Reply

Your email address will not be published.