ଜାତୀୟ ପ୍ରେସ୍‌ ଦିବସ ଅବସରରେ ବଲାଙ୍ଗିର ଦିନ୍‌ ଆୟୋଜନ କମିଟି ପକ୍ଷରୁ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ପ୍ରେସ୍‌ ଦିବସ ଅବସରରେ ବଲାଙ୍ଗିର ଦିନ୍‌ ଆୟୋଜନ କମିଟି ପକ୍ଷରୁ ସ୍ଥାନୀୟ ଯାଦବ ଭବନଠାରେ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜନ କମିଟି ଆବାହକ ଜୟକୃଷ୍ଣ ମିଶ୍ରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅର୍ଜ୍ଜୁନ କୁମାର ସାହୁ ପରିଚାଳନା କରିଥିବା ବେଳେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ, ‘ଧରିତ୍ରୀ’ର ଜିଲ୍ଲା ପ୍ରତିନିଧି ବିରେନ୍ଦ୍ର ଝାଙ୍କର, ‘ପ୍ରଗତିବାଦୀ’ର ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡା, ‘ଓଟିଭି’ର ଜିଲ୍ଲା ପ୍ରତିନିଧି ଘଟେଶ୍ୱର ମିଶ୍ର, ‘ପ୍ରମେୟ’ର ଜିଲ୍ଲା ପ୍ରତିନିଧି ମୁକେଶ ବହିଦାର ଏବଂ ‘ସମାଜ’ ପ୍ରତିନିଧି ବିଭୂକଲ୍ୟାଣ ଗଡ଼ତ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ପ୍ରଶାନ୍ତ ମହାକୁର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭାମାନେ ବଲାଙ୍ଗିର ଦିନ୍‌ ପାଳନର ସଫଳତା ଯୋଗୁଁ ବଲାଙ୍ଗିର ଦିନ୍‌ ଆୟୋଜନ କମିଟିର କମିଟିର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ବଲାଙ୍ଗିର ଦିନ୍‌ ପାଳନ ସମୟରେ ସାରା ବଲାଙ୍ଗିର ଜିଲ୍ଲାର ଜନସାଧାରଣ କିଭଳି ସାମିଲ୍‌ ହୋଇପାରିବେ, ସେ ସଂପର୍କରେ ଆଲୋଚନା କରିଥିଲେ । ଆୟୋଜନ କମିଟି ଉପଦେଷ୍ଟା ରତନ ମହାରଣା ଏବଂ ପ୍ରଭାକର ମିଶ୍ର ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ସାଧୁବାଦ ଜଣାଇଥିଲେ । କମିଟିର ସକ୍ରିୟ ସଦସ୍ୟ ଅଙ୍କୁଶ ପାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଚିତ୍ରଶିଳ୍ପୀ ବାସୁଦେବ ମେହେର, ଦୂତି ବାହନ ଚନ୍ଦନ, ବିକାଶ ସା, ଶଶାଙ୍କ ଶେଖର କବାଟ, ପ୍ରିୟଙ୍କା ପଟ୍ଟନାୟକ, ସୋନିଆ ବେଜ, ଉପାଧ୍ୟକ୍ଷ ବିନୋଦ କାଲସାଏ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.