ଓମ୍ ସାଇ ରାମ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ସାଲେପାଲିକୁ ହରାଇ ରେମେଣ୍ଡା ଚାମ୍ପିଅନ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ସ୍ଥିତ ହାଇସ୍କୁଲ ପଡ଼ିଆରେ ଓମ୍ ସାଇ ରାମ୍ କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ହୋଇଆସୁଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ । ଆଜିର ଫାଇନାଲ ମ୍ୟାଚରେ ସାଲେପାଲିକୁ ୫୬ ରନରେ ହରାଇ ରେମେଣ୍ଡା ଦଳ ଚାମ୍ପିଅନ ହୋଇଛି । ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ମଗଶିର ବାଗ ଓ ମ୍ୟାନ ଅଫ୍‌ ଦି ସିରିଜ୍‌ ସୁଜିତ ମହାଲିଙ୍ଗକୁ ପୁରସ୍କାର ଦିଆଯାଇଥିଲା । ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ୍ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ସମ୍ମାନିତ ଅତିଥି ଭାବେ ବଡବାହାଲ ପଞ୍ଚାୟତ ସରପଞ୍ଚ ଜୟ ରଣା, କୁନୁ ବହିଦାର, ବିଜେଡି ବ୍ଳକ ସଭାପତି ଶୈଳେନ୍ଦ୍ର ସାହୁ,  ବିଜେଡି ପଞ୍ଚାୟତ ସଭାପତି ଭୋଜରାଜ ରଣା, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନବ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବିଭୀଷଣ ରଣା ଖେଳ ପରିଚାଳନା କରୁଥିବା ବେଳେ ରବୀନ୍ଦ୍ର ରଣା ସ୍କୋରର ଦାୟିତ୍ଵ ତୁଲାଇଥିଲେ । ହିମାଂଶୁ ଶେଖର ରଣା ଓ ଜୟସିଂହ କୁମ୍ଭାର ସଭା ପରିଚାଳନା କରିଥିବା ବେଳେ ବିବେକାନନ୍ଦ ରଣା, ସୁଶିଲ ରଣା, ବିଜୟାନନ୍ଦ ରଣା ସହ ଓମ୍ ସାଇ ରାମ୍ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.