csstore

ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ସଭାପତି ପୀତାମ୍ବର ରଣାଙ୍କ ସଭାପତିତ୍ୱରେ ବଲାଙ୍ଗିର ଠାରେ ମହାସଂଘର ବୈଠକ ତଥା ବାର୍ଷୀକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ସମାଜର ସାମ୍ପ୍ରତିକ ସ୍ଥିତି ଉପରେ ସମସ୍ତଙ୍କ ମତାମତ ଆହ୍ୱାନ କରାଯାଇଥିଲା । ସମସ୍ତ ବକ୍ତା ସମାଜରେ ଏକତା, ଶିକ୍ଷା ତଥା ସଂଗଠନ ଉପରେ ଜୋର ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ମହାସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ସର୍ବ ସମ୍ମତି କ୍ରମେ ମହାସଂଘର ସଭାପତି ରୂପେ ପୀତାମ୍ବର ରଣା (କଳାହାଣ୍ଡି), ମହାସଚିବ ଅରୁଣ କୁମାର ରଣା (ବଲାଙ୍ଗିର), ଜୋନାଲ ଉପସଭାପତି ଦିଲ୍ଲୀପ କୁମାର ରଣା (କଳାହାଣ୍ଡି), ଶ୍ୟାମ ସୁନ୍ଦର ରଣା (ବରଗଡ), ଶେଷଦେବ ରଣା (ବଉଦ) ଜୋନାଲ ସଂପାଦକ ନିରାକାର ରଣା (ସୋନପୁର), ଯୁଗଲ କିଶୋର ରଣା (ସମ୍ବଲପୁର), ଶଙ୍କର୍ଷଣ ରଣା (ବଉଦ), କୋଷାଧ୍ୟକ୍ଷ ଚକ୍ରପାଣି ରଣା (ବଲାଙ୍ଗିର), ମହିଳା ସଭାନେତ୍ରୀ ତିଲୋତ୍ତମା ରଣା (ସମ୍ବଲପୁର) ରମ୍ଭାବତୀ ରଣା (ବଲାଙ୍ଗିର), କର୍ମ·ରୀ ସଂଘ କମ୍ଭୁପାଣି ରଣା (ବଲାଙ୍ଗିର), ଅମରେନ୍ଦ୍ର ରଣା ରିଟାଏଡ୍‌ ଏସ୍‌ପି (ବଲାଙ୍ଗିର) ନିର୍ବାଚିତ ହୋଇଥିଲେ । ରଘୁରାଜ ରଣା ଓ ଦିଲିପ କୁମାର ରଣା ନିର୍ବାଚନ ପରିଚାଳନା କରିଥିଲେ । ସଂଗଠନକୁ ବ୍ୟାପକ ଓ ସୁଦୃଢ କରିବା ପାଇଁ ନବ ନିର୍ବାଚିତ ସଭାପତି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଶେଷରେ ବଲାଙ୍ଗିର ଜିଲ୍ଲା ସଭାପତି ଭିକାରୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ନୃପରାଜ ରଣା, ଶଶିଭୂଷଣ ରଣା, ଅନିଲ କୁମାର ରଣା ତଥା କୁମ୍ଭାର ଯୁବାମଞ୍ଚ ର ସଭାପତି ସୁବୋଧ ରଣା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.