ମାହେଶ୍ୱରୀ ସଂଗଠନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂଗଠନ ମାହେଶ୍ୱରୀର ଚତୁର୍ଥ ବାର୍ଷିକ ସାଧାରଣ ବୈଠକ ପାଳିତ ହୋଇଯାଇଛି । ଏହି ବୈଠକରେ ମାହେଶ୍ୱରୀ ସଂଗଠନ କିପରି ସମାଜ ସହିତ ଆହୁରି ଯୋଡି ହୋଇ ଜନସାଧାରଣ ସୁଖ ଦୁଃଖରେ ସହାୟକ ହେବା ସହ ନିଜର ସାମାଜିକ ଦାଇତ୍ୱ ପୁରଣ କରିବ ସେ ନେଇ ସଂଗଠନର କର୍ମକର୍ତ୍ତାମାନେ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନେଇଥିଲେ ।

ମାହେଶ୍ୱରୀ ସଂଗଠନ ଏ ଭିତରେ ଚାରି ବର୍ଷ ପୁରଣ କରିଛି । ସେଭିତରେ ସ୍ଥାନୀୟ ବାସିନ୍ଦାଙ୍କ ସୁଖଦୁଃଖରେ ସାମିଲ ହେବା ସହ କୋଭିଡ ଭଳି ମହାମାରୀ ସହ ଲଢିବା ପାଇଁ ପ୍ରଶାସନର ସହେଯାଗରେ ବିଭିନ୍ନ୍‌ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଛି । ଲୋକଙ୍କୁ କୋରୋନା ମହାମାରୀ ସମ୍ବନ୍ଧରେ ସଚେତନ କରିବା ହେଉ, କି ମାସ୍କ ଓ ସେନିଟାଇଜର ପ୍ରଦାନ କରି ସ୍ୱଚ୍ଛ ସୁରକ୍ଷିତ ରହିବା ପାଇଁ ପ୍ରେରିତ କରିବା ହେଉ ମାହେଶ୍ୱରୀ ସମାଜର ପ୍ରତି ବର୍ଗ ପାଇଁ କାମ କରିଛି । ମହାମାରୀ ସମୟରେ ଯେତେବେଳେ ଅକ୍ସିଜେନ ତଥା ଅକ୍ସିଜେନ ସିଲିଣ୍ଡରର ଅଭାବ ପରିଲକ୍ଷିତ ହେଲା ସେହି ସମୟରେ ମାହେଶ୍ୱରୀ ବିଭିନ୍ନ ସୁତ୍ରରୁ ଅକ୍ସିଜେନ ସିଲିଣ୍ଡର ଯୋଗାଡ କରି ଘରକୁ ଘର ରୋଗୀ ପାଖକୁ ପହଞ୍ଚାଇଛି । ସେହିପରି ଲକ ଡାଉନରେ ଫସି ରହିଥିବା ଅନେକ ଲୋକଙ୍କ ପାଖକୁ ଦାନା ପହଞ୍ଚାଇବା ସହ ବିଭିନ୍ନ ମହଲରେ ଆଦୃତ ହୋଇ ପାରିଛି । ମାହେଶ୍ୱରୀ ଠିକ ଏହି ଭଳି ନିଜର ସାମାଜିକ ଦାଇତ୍ୱ ବହନ କରିବା ସହ ବଲାଙ୍ଗିର ପ୍ରତି ନିଜ କର୍ତ୍ତବ୍ୟ ର ପାଳନ ଜାରି ରଖୁ ବୋଲି ଆଜି ବାର୍ଷିକୋତ୍ସବ ମଞ୍ଚରେ ଉପସ୍ଥିତ ସଂଗଠନ ଉପଦେଷ୍ଟା ଲୋଟସ ଷଢଙ୍ଗୀ, ଦିନେଶ ଶର୍ମା, ବ୍ୟାସଦେବ ନନ୍ଦ ଓ ଡା ଲଲିତ ସାହୁ ସଦସ୍ୟମାନଙ୍କୁ ପ୍ରେରିତ କରିଥିଲେ । ଏହି ଅବସରରେ ମାହେଶ୍ୱରୀ ପକ୍ଷରୁ କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ପଦ ପଦବୀରେ ଆଭୁଷିତ କରିବା ସହିତ ସମାଜ ସେବା କ୍ଷେତ୍ରରେ ବିଶେଷ ଯୋଗଦାନ କରିଥିବା ସଦସ୍ୟମାନଙ୍କୁ ସମ୍ମାନୀତ କରାଯାଇଥିଲା । ଆଜିର କାର୍ୟ୍ୟକ୍ରମରେ ନିଦ୍ଦେମାହେଶ୍ୱରୀ ର କୁଡାସିଂହା, ଲୋଇସିଂହା, ଆଗଲପୁର ଓ ତରଭା ଶାଖାର ବିଭିନ୍ନ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ ସ୍ୱାଗତ ଅଭିଭାଷଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ ବଲାଙ୍ଗିର ସଭାପତି ଶୋଭନ ଅଗ୍ରବାଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.