jayashree

ଲାୟନ୍ସ କ୍ଲବ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସାରା ଦେଶ ବିଶ୍ୱ ମଧୁମେହ ଦିବସ ପାଳନ କରୁଛି । ମଧୁମେହ ରୋଗୀଙ୍କ ସଂଖ୍ୟା ଅନୁସାରେ ଭାରତକୁ ବିଶ୍ୱ ମଧୁମେହ ରାଜଧାନୀ କୁହାଯାଉଥିବା ବେଳେ ଏଠିକାର ଲୋକଙ୍କୁ ମଧୁମେହ ରୋଗରୁ ଦୁରେଇ ରହିବା ପାଇଁ ନିଜ ଖାଦ୍ୟପେୟ ଜୀବନ ଯାପନ ପ୍ରଣାଳୀ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ତା’ସହ ଲୋକେ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଆବଶ୍ୟକ ବୋଲି ଆଜି ବଲାଙ୍ଗିର ଲାୟନ୍ସ କ୍ଲବ ଦ୍ୱାରା ଆୟୋଜିତ ମଧୁମେହ ଦିବସ ଅତିଥି ମତ ବ୍ୟକ୍ତ କରିଛନ୍ତି । ସ୍ଥାନୀୟ ପାଟଣା ଛକ ଠାରେ ଅନୁଷ୍ଠିତ ବିଶ୍ୱ ମଧୁମେହ ଦିବସରେ ଜନ ସାଧାରଣଙ୍କୁ ମଧୁମେହ ରୋଗ, ପ୍ରମୁଖ କାରଣ ଓ ସାବଧାନତା ଉପରେ ଅବଗତ କରାଇବା ସହ ଉପସ୍ଥିତ ଜନସାଧାରଣଙ୍କ ବିନା ମୁଲ୍ୟରେ ମଧୁମେହ ପରିକ୍ଷା କରାଯାଇଥିଲା । ସ୍ଥାନୀୟ ତଥା ଆଖପାଖ ଅଂଚଳର ଅନେକ ଲୋକେ ଆସି ନିଜର ମଧୁମେହ ପରୀକ୍ଷା କରାଇବା ସହ ଲାୟନ୍ସ କ୍ଲବର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ଧନରାଜ ଅଗ୍ରୱାଲ, ସଂପାଦକ ଆଲୋକ ଅଗ୍ରୱାଲ, କୋଷାଧ୍ୟକ୍ଷ ଓମ୍‌ ଅଗ୍ରୱାଲ ସମେତ ପ୍ରଦୀପ ସାହୁ, ଦୁର୍ଗାପ୍ରସାଦ ପାଣିଗ୍ରାହୀ, ଅଶୋକ ତ୍ରିପାଠି, ନନ୍ଦ କୁମାର ଅଗ୍ରୱାଲ, ସୁକାନ୍ତ ପରିଚ୍ଛା, ସୋ÷÷ରଭ ଅଗ୍ରୱାଲ, ବିବେକ ଗୋୟଲ, ମହେନ୍ଦ୍ର ଅଗ୍ରୱାଲ, ଆଶୁ ପୁରୋହିତ, ପ୍ରଦୀପ ଷଡଙ୍ଗୀ, ବିଜୟଲକ୍ଷ୍ମୀ ପାଣିଗ୍ରାହୀ ସହଯୋଗ କରିଥିଲେ ।

Leave A Reply

Your email address will not be published.