କବି ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ପ୍ରଥମ କବିତା ସଂକଳନ ‘ବାଇଶି ପାହାଚ’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବି ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ପ୍ରଥମ କବିତା ସଂକଳନ ‘ବାଇଶି ପାହାଚ’ ସ୍ଥାନୀୟ ସାମ୍ବାଦିକ ଭବନରେ ଉନ୍ମୋଚିତ ହୋଇଯାଇଛି । ବରେଣ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡାକ୍ତର ଜ୍ୟୋତିର୍ମୟୀ ସାହୁ, ‘ରଚନା’ର ସଭାପତି ସନାତନ ଠାକୁର ଓ କବି ଭାଗୀରଥି ମିଶ୍ର ଯୋଗଦାନ କରିଥିବା ବେଳେ ସଭାପତିତ୍ୱ କରିଛନ୍ତି ସ୍ରୋତସ୍ୱତୀ ପ୍ରକାଶନୀର ମୁଖ୍ୟ ସଂଦୀପ କୁଅଁର । ସ୍ରୋତସ୍ୱତୀ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ଏହି କବିତା ସଂକଳନର କବି ଶ୍ରୀ ପଣ୍ଡାଙ୍କ ସହ ଅତିଥିମାନେ କବିତା ସଂକଳନକୁ ଉନ୍ମୋଚିତ କରିଛନ୍ତି । କବି ଶୁଭ୍ରାଂଶୁ ନିଜ କାବ୍ୟିକ ଚିନ୍ତନ ସଂପର୍କରେ ଆଲୋକପାତ କରିଥିଲେ । କବି ଜ୍ୟୋତିରଂଜନ ମିଶ୍ର ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ ସହରର ବହୁ କବି, ସାହିତ୍ୟିକ, ବୁଦ୍ଧିଜୀବୀ, ସାମ୍ବାଦିକମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.