ପାଇକମାଲ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଭେଙ୍ଗରାଜପୁର ଆଶ୍ରମ ବିଦ୍ୟାଳୟଠାରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ, ମୁଖ୍ୟବକ୍ତା ଭାବେ ପାଇକମାଲ ତହସିଲଦାର ମନୋଜ କୁମାର ମେହେର, ସମ୍ମାନିତ ଅତିଥି ଭାବେ ଶିବ ପ୍ରସାଦ ଯୋଶୀ, ପ୍ରେମାନନ୍ଦ ବାରିକ, ମୋତିଲାଲ ବିଭାର, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତହସିଲ ରଣା ପ୍ରମୁଖ ଯୋଗଦେଇ ଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଇକମାଲ ବିଡିଓ ଉପାଞ୍ଜଳି ମାଝୀ, ସମ୍ମାନିତ ଅତିଥି ଭାବେ ଗ୍ରାମ ପଞ୍ଚାୟତ ଅଧିକାରୀ ଅନୀଲ କୁମାର ପାଣିଗ୍ରାହୀ ଯୋଗଦେଇ ପୁରସ୍କାର ବିତରଣ ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପାଇକମାଲ ବ୍ଲକରେ ୧୫ଟି କ୍ଲଷ୍ଟରରୁ ବକ୍ତୃତା, ଡ୍ରଇଂ, ରଚନା, ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ଏବଂ ବ୍ଲକସ୍ତରରୁ ଉପରୋକ୍ତ ସ୍ତରରେ ଚୟନ ହୋଇ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ । ଗତ ୨ ବର୍ଷ ହେଲା ସୁରଭି ବନ୍ଦ ଥିଲା କରୋନା ମହାମାରୀ ପାଇଁ ତେଣୁ ଛାତ୍ରଛାତ୍ରୀମାନଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ବ୍ଲକ ସ୍ତରରେ ପୂର୍ବବର୍ଷ ଯେଭଳି ଭାବେ ପାଳନ କରାଯାଇଥିଲା । ସେଭଳି ଭାବେ ହୋଇନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଯାଇଥିଲା । ବରଗଡ ଜିଲ୍ଲାର ଅନ୍ୟ ବ୍ଲକମାନେ ମଧ୍ୟ ମହା ସମାରୋହରେ ପାଳିତ ହୋଇଥିବାର ଦେଖା ଦେଇଥିବା ବେଳେ ପାଇକମାଲ ବ୍ଲକରେ ସେ ଅନୁପାତରେ ହୋଇ ନଥିଲା । କାର୍ଯ୍ୟକ୍ରମକୁ ସୁନାଧର ଡନସନା, ସୁବାଷ ଚନ୍ଦ୍ର ସାହୁ, ମନୋରଞ୍ଜନ ପଟେଲ, ରାଧାକୃଷ୍ଣ ସାହା, ଧରଣୀଧର ଶବର, ମହାଦେବ ବେହେରା, କେଦାରନାଥ ରାଉତ, ବିକାଶ ଚନ୍ଦ୍ର ସ୍ବାଇଁ, ଶିବ କୁମ୍ଭାରଙ୍କ ସମେତ ଗ୍ରାମ୍ୟ କମିଟି ସହଯୋଗ କରିଥିଲେ ।

Leave A Reply

Your email address will not be published.