ସଂସ୍କୃତି ମନ୍ତ୍ରୀଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳେ ପଦ୍ମପୁର କେନ୍ଦୁପତ୍ର କାର୍ଯ୍ୟାଳୟର ଅତିଥି ଭବନରେ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କୁ ଅଶୋକ କୁମାର ବହିଦାର, ସୁରେନ୍ଦ୍ର ସାହୁ, ରମେଶ ଗୁର୍ଲା, ଅଶ୍ବିନୀ ପଟେଲ ଓ ଗୋପବନ୍ଧୁ ଶିକା ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରିଥିଲେ । ବୋଡାସମ୍ବର ଅଞ୍ଚଳର ଲୋକକଳାର ବିକାଶ, ଲୋକ କଳାକାରମାନଙ୍କୁ ସୁଯୋଗ ପ୍ରଦାନ ଓ ପଦ୍ମପୁରରେ ସଂସ୍କୃତି ବିଭାଗ ତରଫରୁ ଉତ୍ସବ ଆୟୋଜନ ସହିତ ପଶ୍ଚିମ ଓଡ଼ିଶାର ‘ଗଁଣ୍ଡା ବଜା’କୁ ସଂସ୍କୃତି ବିଭାଗର ତାଲିକାରେ ସ୍ଥାନିତ କରିବା ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏ ସବୁ ଉପରେ ସ୍ୱତନ୍ତ୍ର ପଦକ୍ଷେପ ନେବେ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.