ppurohit

ଟଙ୍କା ଅଭାବରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କ୍ୟାନ୍ସର ରୋଗୀ

2nd

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୱାର୍ଡ ନମ୍ବର ୭ ବିଶିପଡାର ଜଣେ ବ୍ୟକ୍ତି କାର୍ତ୍ତିକ ସିଂ(୭୪) ବର୍ତ୍ତମାନ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବିଭାଗୀୟ ଡାକ୍ତର ପରାମର୍ଶ ଦେଲେ ସୁଦ୍ଧା ଟଙ୍କା ଅଭାବରୁ ସେମାନେ ଅନ୍ୟତ୍ର ନେବା ପାଇଁ ସାହସ ଜୁଟାଇ ପାରୁ ନାହାନ୍ତି । ପୁଅ ସଞ୍ଜୟ ସିଂ, ବରଗଡ଼ ହିରୋ ଫାଇନାନ୍ସରେ କଲେକ୍ସନ କାମ କରି ମାସିକ ୮ ହଜାର ଟଙ୍କା ରୋଜଗାର କରୁଥିଲେ ଏବଂ ପରିବାର ଚଳାଉଥିଲେ ହେଲେ ଗତ ମାର୍ଚ୍ଚ ମାସରେ ବାପାର ରୋଗ ବିଷୟରେ ଜାଣିବାକୁ ପାଇବା ପରେ ବର୍ତମାନ ତାଙ୍କ କାମ ମଧ୍ୟ ବନ୍ଦ ଥିବାରୁ ପରିବାର ଲୋକେ ଏଣୁ ତେଣୁ ଧାର କରି କାର୍ତ୍ତିକଙ୍କୁ କଟକ ଆଚାର୍ଯ୍ୟ ହରିହର କର୍କଟ ଚିକତ୍ସାଳୟ, କଟକକୁ ନେଇଥିଲେ ପରବର୍ତ୍ତୀ ସମୟରେ ଏମ୍ସ ଚିକିତ୍ସାଳୟ, ଭୁବନେଶ୍ୱରକୁ ନେଲେ ହେଲେ କିଛି ଚିକିତ୍ସା ପାଇଲେ ନାହିଁ ଏପଟେ କାର୍ତିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ଘରୋଇ ଚିକିତ୍ସାଳୟ ସ୍ପନ୍ଦନରେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅପରେସନ କରିବାକୁ ବାଧ୍ୟ ହୋଇଥିଲେ । ହେଲେ ବର୍ତ୍ତମାନ ରୋଗ ପୁନର୍ବାର ବଢିଯାଇଥିବା ବେଳେ କଟକ ନେବା ପାଇଁ ପାଖରେ ପଇସା ନାହିଁ । କାର୍ତିକଙ୍କ ମୁହଁରେ ଏକ ଇଂନଫେକ୍ସନ ବଢିଯାଇ ଶହ ଶହ ପୋକ ଶଲୁବାଲୁ ହେଉଛନ୍ତି ଏଣୁ ତାଙ୍କୁ କିଛି ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ପୁଅ ସଞ୍ଜୟ ସିଂ ଓ ସ୍ତ୍ରୀ ଚିତ୍ରା ସିଂ ସରକାର ତଥା ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏ ବିଷୟ ପ୍ରତି ଗୁରୁତ୍ୱ ଦେଇ ଯଥାଶୀଘ୍ର ସରକାରୀ ଅନୁଦାନ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ବରଗଡ ସଂକଲ୍ପ ପରିବାର ମୁଖ୍ୟ ବିକାଶ ଅଗ୍ରୱାଲ ନିବେଦନ କରିଛନ୍ତି ।

Leave A Reply

Your email address will not be published.