ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ବାର୍ଷିକୋତ୍ସବ ଓ ଯଜ୍ଞକାର୍ଯ୍ୟ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ମିଶ୍ର ଖଟାଲ ନିକଟସ୍ଥ ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ବାର୍ଷିକୋତ୍ସବ ସହ ଯଜ୍ଞକାର୍ଯ୍ୟ ସଂପନ୍ନ ହୋଇଯାଇଛି । ଏହି ଉତ୍ସବ ଗତ ୯ ତାରିଖରୁ ଆରମ୍ଭ ହୋଇ ଏହା ୪ଦିନ ଧରି ଚାଲିଥିଲା । ରାମେଶ୍ୱର ମହାଦେବ ମନ୍ଦିର କମିଟିର ସଭାପତି ଜଗନ୍ନାଥ ରାଉତଙ୍କ ସଭାପତିତ୍ୱ ଓ ସଂପାଦକ ଗଣେଶ ଜୟସିଂହଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଦବ୍ରହ୍ମଶ୍ରୀ ପଣ୍ଡିତ ପ୍ରଶାନ୍ତ କୁମାର ଷଡଙ୍ଗୀ ଓ ପୂଜକ ଲୋକନାଥ ନନ୍ଦଙ୍କ ସମେତ ୭ ଜଣ ପଣ୍ଡିତ ଏହି କାର୍ଯ୍ୟକୁ ସମାପନ କରିଥିଲେ । ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ପ୍ରସାଦ ସେବନ କରିଥିଲେ । ଏହି ୪ ଦିନିଆ କାର୍ଯ୍ୟକ୍ରମ ପରିଚାଳନାରେ ବଳରାମ ମାହନ୍ତ, ଅନୁପ ଜେନା, ସୁଶାନ୍ତ ବାରିକ, ସହଦେବ ଜୟସିଂହ, ମହେଶ୍ଵର ଜେନା, ଅନନ୍ତ ବିଶ୍ୱାଳ, ଗୋକୁଳି ମହାପାତ୍ର, ଦୀପକ ବାରିକ, ଅଜିତ ନାୟକ, ବୁଡୁ ପାତ୍ର, ଧୀରେନ୍ଦ୍ର ଓଝା, ବିନୋଦ ନାୟକ, ରାଜେନ୍ଦ୍ର ଚୌଧୁରୀ, କିଶୁ ରଣା, ମାନସରଂଜନ ପରିଡା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.