ଜଗନ୍ନାଥ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ : ବଡବନ୍ଧକୁ ୫-୪ ଗୋଲରେ ହରାଇଲା ଡଙ୍ଗାଘାଟ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ଜଗନ୍ନାଥ ଫୁଟବଲ ଏସୋସିଏସନ୍‌ ବଡବନ୍ଧ ପକ୍ଷରୁ ଫୁଟବଲ ପ୍ରତିଯୋଗିତା ଶନିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚରେ ଆୟୋଜକ ବଡବନ୍ଧକୁ ଡଙ୍ଗାଘାଟ ଦଳ ପେନାଳଟି ସହାୟତାରେ ୫-୪ ଗୋଲରେ ହରାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ୧୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶିଲ ଚାନ୍ଦ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଧୁବଳେଶ୍ୱର ରାଉତ, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଶେଷଦେବ ବେହେରା, ଜିତୁ ବଗର୍ତ୍ତି, ସୁକାନ୍ତ ପଟେଲ ପ୍ରମୁଖ ଆଜିର ଖେଳକୁ ପରିଚାଳନା କରିଥିଲେ । 

jittmm
Leave A Reply

Your email address will not be published.