କୁସମେଲରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ : ଅମାମୁଣ୍ଡା ବିଜୟୀ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କୁସମେଲ ଜୟଦୁର୍ଗା ଫୁଟବଲ ଏସୋସିଏସନ୍‌ ଆନୁକୁଲ୍ୟରେ ୪୪ ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଲୋଇସିଂହା ବ୍ଲକ ସଭାନେତ୍ରୀ ତଥା କୁସଙ୍ଗ ସମିତି ସଭ୍ୟା ଜ୍ୟୋସ୍ନାମୟୀ ନାଗ ଏବଂ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର ଯୋଗ ଦେଇଥିଲେ । ଏଥିରେ ୧୬ ଟିଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ୍‌ ଅମାମୁଣ୍ଡା ଓ ଲୋଇସିଂହା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅମାମୁଣ୍ଡା ଦଳ ବିଜୟ ହୋଇ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.