jayashree

ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅମରଦୀପ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଓ ପ୍ରଧାନ ଶିକ୍ଷକ ଭକ୍ତ ହରି ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ଏହି ସଭାରେ ଏବିଇଓ ଜୟକୁମାର ସାହୁ ଓ ସିଆରସିସି ଶେଷ ଦେବ ସାହୁ ପର୍ଯ୍ୟବେକ୍ଷକ ଓ ମାର୍ଗଦର୍ଶକ ଭାବେ ଯୋଗଦେଇ ବିଦ୍ୟାଳୟ ଉନ୍ନତିରେ କମିଟିର ଭୂମିକା ଉପରେ ଆଲୋକପାତ କରିଥିଲେ । ସେବା ଓ ତ୍ୟାଗ, ଯୋଜନା ଓ ଫଳପ୍ରଦ ଉପରେ ଆଧାରିତ ଏହି ବିଦ୍ୟାଳୟର ଅତିତ ବୋଲି ଜଣାଇଥିଲେ । ଶ୍ରୀ ମେହେର କମିଟି ଗଠନର ଗଣତାନ୍ତ୍ରିକ ଉପାୟ ଦର୍ଶାଇବା ପରେ ଚେୟାରମେନ ପୁରାତନ କମିଟି ଭଙ୍ଗ ଘୋଷଣା କରିଥିଲେ । ନୂତନ କମିଟିରେ ସଞ୍ଜୟ କୁମାର ଦାସ ଚେୟାରମେନ ଭାବେ ଓ ଶ୍ରୀମତୀ ଗାୟତ୍ରୀ ସେନ୍ଦ୍ରିଆ ଭାଇସ୍ ଚେୟାରମେନ୍‌ ଭାବେ ନିର୍ବାଚିତ ହୋଇଥିଲେ । ଆକାଶ ସାହୁ, ପ୍ରକାଶ ମିଶ୍ର, ଚୂଡାମଣି ମାଝୀ, ପ୍ରଦୀପ ମହାନନ୍ଦ, ମୀନ କେତନ ମେହେର, ମୀନାକ୍ଷୀ ଗୁଆଲ, ସୀତା ମହାରଣା, ସୁଜାତା ରଣା, ରୀତା ଭୋଇ, ଗୀତା ପଧାନ ସଦସ୍ୟ ଭାବରେ ମନୋନୀତ ହୋଇଥିଲେ । ଶ୍ରୀ ଅଗ୍ରୱାଲ ଏକ ଅଭିଜ୍ଞତା ପୂର୍ଣ୍ଣ ଭାଷଣରେ କମିଟିର କାମ ବିଦ୍ୟାଳୟର ମାର୍ଗ ହୋଇଥାଏ ବୋଲି ଜଣାଇଥିଲେ । ସଭାଟିକୁ ଠିକ୍ ଭାବରେ ପରିଚାଳିତ କରିବାରେ ଶିକ୍ଷକ ଲଳିତ ମୋହନ ଲୁହାର, ଦେବାନନ୍ଦ ତୁରିଆ, ଗଉର ହୋତା, ସୁବ୍ରତ ଚାନ୍ଦ, ଶିକ୍ଷୟିତ୍ରୀ ସଂଯୁକ୍ତା ରଥ, ସୁବାସିନୀ କଣ୍ଟା, ପ୍ରେମଶିଳା ପ୍ରଧାନ, ସାଗରୀକା ଯୋଷୀ, ନୀଳିମା ପ୍ରଧାନ, ସଙ୍ଘମିତ୍ରା ଭୋଇ, ସସ୍ମିତା ଦାଶ ଓ ମଧୁସ୍ମିତା ବାରିକ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ସଂଯୁକ୍ତା ରଥ ନୂତନ ପରିଚାଳନା କମିଟିର ସ୍ୱାଗତ କରିଥିଲେ ଓ ଅତିଥି, ଅଧିକାରୀ, ପୁରାତନ କମିଟି, ପିତା ମାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.