ବଲାଙ୍ଗିର, (କେପିଏନ୍ଏସ୍) : ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୪ ଦିନିଆ ରିମାଣ୍ଡରେ ନେଇଥିଲା ବଲାଙ୍ଗିର ପୋଲିସ । ଏହି ୪ ଦିନ ମଧ୍ୟରେ ଗୋବିନ୍ଦ କେମିତି ମମତାକୁ ହତ୍ୟ କରିଥିଲା ସେନେଇ ପୁଲିସ ଗୋବିନ୍ଦ ଦ୍ୱାରା ପୁରା ଘଟଣାର ସିନ ରିକ୍ରିଏସନ କରିଥିଲା । ତେବେ ଏହି ୪ ଦିନର ରିମାଣ୍ଡ ଅବଧି ସରିଯାଇଥିବା ବେଳେ ଏବେ ଗୋବିନ୍ଦ ଜେଲ ଯିବ ବୋଲି ସୂଚନା ମିଳିଛି ।