csstore

ଡଃ. ଏପିଜେ ଅବଦୁଲ କଲାମ ପ୍ରଫେସନାଲ୍ ଆକ୍ଚିଭର ଆୱାର୍ଡ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍ ଓ ହାପି ମୋମେନ୍ଟସ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଡଃ. ଏପିଜେ ଅବଦୁଲ କଲାମ ପ୍ରଫେସନାଲ୍ ଆକ୍ଚିଭର ଆୱାର୍ଡ କାର୍ଯ୍ୟକ୍ରମ ସ୍ଥାନୀୟ ଇଣ୍ଡୋ ଜର୍ମାନ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଓ ଲାୟନ୍ସ କ୍ଲବର ଡିଷ୍ଟ୍ରିକ୍ଟ ଗଭର୍ନର ରାକେଶ କୁମାର ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ଉପଦେଷ୍ଟା କୁଞ୍ଜବିହାରୀ ରାଉତ ଅତିଥି ଓ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ରଖିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ପାରଦର୍ଶିତା ଲାଭ କରିଥିବା ୨୮ ଜଣଙ୍କୁ ଅତିଥି ମାନେ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଛ ଓ ମେମୋଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ଦେବନୃତ୍ୟମ ଛାତ୍ରୀମାନେ ଦେବୀ ବନ୍ଦନା ସହ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହର ତଥା ରାଜ୍ୟର ବହୁ ବୁଦ୍ଧିଜୀବୀ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂପ୍ରତି ଏନଆଇଟିର ନିର୍ଦ୍ଦେଶକ ପ୍ରଫେସର ଡଃ. ସୀମାଞ୍ଚଳ ପାଣିଗ୍ରାହୀ, ସମାଜସେବୀ ତଥା ଲାୟନ କୁମର ବେହେରା, ସେଫିର ସାଧାରଣ ସଂପାଦକ ବିମଳ ବିଶି, ଶିକ୍ଷାବିତ୍ ନରେଶ ଆର୍ଯ୍ୟ, ସମାଜସେବୀ କମଳ ଅଗ୍ରୱାଲ, ଡିଏଫଓ, କଟକ ସଞ୍ଜୟ କୁମାର ସ୍ୱାଇଁ, ଡିଏଫଓ, ସମ୍ବଲପୁର ପ୍ରଦୀପ କୁମାର ଧଳ, ଅଧ୍ୟାପିକା ଡଃ ଦୀପ୍ତିମୟୀ ବେହେରା, ପୂର୍ବତନ ପୁଲିସ ଅଧିକାରୀ ତଥା ସମାଜସେବୀ ସୁମନ ଦତ୍ତ, ପ୍ରାକ୍ତନ ନିର୍ଦ୍ଦେଶକ ଏନଆଇଟି ଡଃ. ସୁନିଲ କୁମାର ଷଡଙ୍ଗୀ, ରାଉରକେଲା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଦେବେନ୍ଦ୍ର ନାଥ ବେହେରା, ବିପିୟୁଟିର ପାଠ୍ୟକ୍ରମ ନିର୍ଦ୍ଦେଶକ ଶିବକୁମାର ମିଶ୍ର, ଶିକ୍ଷାବିତ୍ ସନ୍ଥମା ପିଲାଇ, ଦୀପିକା ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ପ୍ରମୋଦ କୁମାର ସାହୁ, ଶିକ୍ଷାବିତ୍ ଗ୍ରେସି ଡେଭିଡ୍, ଅନ୍ୟେଷାର ସଂପାଦିକା ରଶ୍ମିତା ପଣ୍ଡା, ଶିକ୍ଷାବିତ୍ ଯଶବିନ୍ଦର କୌର, ସମାଜସେବୀ ଲିତାଞ୍ଜଳୀ ପତି, ସାମ୍ବାଦିକା ତଥା କବୟିତ୍ରୀ ସସ୍ମିତା ପ୍ରଧାନ, ଆରୋହଣର ଅଧ୍ୟକ୍ଷ ପ୍ରସନଜିତ୍ ଷଡଙ୍ଗୀ, ଅଧ୍ୟାପିକା ଡଃ ସୁଚିତ୍ରା ମହାନ୍ତି, ଗାୟକ ସୁରେଶ ଝୁନଝୁନୱାଲା, କବୟିତ୍ରୀ ସୁସ୍ମିତା ମହାପାତ୍ର, କେଶବିନ୍ୟାଶ କାରୀ ପ୍ରଜାଲି ନାୟକ, ଯୋଗଗୁରୁ ତଥା ମୋଟିଭେଟର ବଲବିନ୍ଦର କୌର ସହୋତ, ଶିକ୍ଷାବିତ୍ ପ୍ରତିମା ସାହୁ, ପାନପୋଷ ରେଞ୍ଜର ରାକେଶ ରଜାକ ପ୍ରମୁଖଙ୍କୁ ଅତିଥିମାନେ ମାନପତ୍ର, ପୁଷ୍ପଗୁଛ, ଉତ୍ତରୀୟ ଓ ମୋମୋଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କଲ୍ୟାଣୀ ଦାସ,ସଲିତ ପତି, ଅନ୍ୱେଷା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.