csstore

ଅପାଠୁଆ ମତ୍ସ୍ୟଜୀବୀ ଗ୍ରାମୀଣ ମହିଳା ସଙ୍ଗଠିକା ସମୂଦ୍ରମର ପ୍ରତିଷ୍ଠାତା ବି.ଚିତ୍ତାମା ଏକ ଭିନ୍ନ ମଣିଷ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅପାଠୁଆ ମହିଳା ମତ୍ସ୍ୟଜୀବୀ ଛଅ ଗୋଟି ସାମୁଦ୍ରିକ ଉପକୂଳ ଜିଲ୍ଲାର ହଜାର ହଜାର ମହିଳାଙ୍କୁ ନେଇ ଗଠିତ ସାମୁଦ୍ରିକ ମତ୍ସ୍ୟଜୀବୀ ମହିଳା ସଂଗଠନର ନେତ୍ରୀ ତଥା “ସମୂଦ୍ରମ”ର ପ୍ରତିଷ୍ଠାତା ସଭାପତି ବି. ଚିତ୍ତାମା ଏକ ଭିନ୍ନ ମଣିଷ ଏବେ ଆରପାରିରେ । ସମୂଦ୍ରରୁ ଧାରାଯାଉଥିବା ମାଛ ମୁଣ୍ଡରେ ନେଇ ଗାଁ, ସହର ବଜାରକୁ ନେଇ ବୁଲି ବୁଲି ବିକ୍ରୀ କରୁଥିବା ଧୀବର ମହିଳା ନିଜର କଷ୍ଟ ଦୁଃଖକୁକୁ ପ୍ରତିହାର କରି ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କୁ ନେଇ “ସମୂଦ୍ରମ” ନାମରେ ସଂଗଠିତ କରିଥିବା ଏହି ମହିଳା ନିଜର ଦୁଃସାହସୀର ପରିଚୟ ସୃଷ୍ଟି କରିଥିଲେ ।

ଡଙ୍ଗା, ଜାଲ, ନିଜର ଶୀତଳିକରଣ ଗୃହ, ଗାଡି ଆଦିର ବ୍ୟବସ୍ଥା କରାଇ ସମୁଦାୟ ମତ୍ସ୍ୟଜୀବୀଙ୍କ ଓ ମତ୍ସ୍ୟଜୀବୀ ମହିଳାଙ୍କ ସଶକ୍ତିକରଣ କରାଇ ଚିତ୍ତାମା ୟୁନାଇଟେଡ଼ ଷ୍ଟେଟ ଅଫ- ଆମେରିକାର ଏକ ସ୍ୱେଚ୍ଛାସେବୀ ସଂଗଠନ ୟୁ.ଏନ. ପକ୍ଷରୁ ପୁରସ୍କୃତ ଓ ଉଚ୍ଚପ୍ରସଂଶିତ ହୋଇଛନ୍ତି । ଏହି ମହିୟସୀ ମହିଳା ପରିଣତ ବୟସରେ ବି ସଂଗଠନ ଦାୟିତ୍ୱରେ ରହି ଆସିଥିବା ସାଂଗକୁ ଖୁବ ପରିଶ୍ରମୀ ମଧ୍ୟ ଥିଲେ । ସୂଚନାଯୋଗ୍ୟ ଯେ’ ବି.ଚିତ୍ତାମା ୬୫ ବର୍ଷ ବୟସରେ ଗତ ୧୦ ତାରିଖ ପ୍ରାତଃରେ ହୃଦଘାତରେ ମୃତ୍ୟବରଣ କରିଥିବା କୁହାଯାଇଛି ।

ତାଙ୍କର ସମସ୍ତ ବିବାହିତ ତିନୋଟି ପୁଅ, ତିନୋଟି ଝିଅ ଅଛନ୍ତି । ମର ଶରୀର ନିକଟରେ ସ୍ୱାମୀ ବି.ପଟୋଡୁଙ୍କ ସହ ହଜାର ହଜାର ମତ୍ସ୍ୟଜୀବୀଙ୍କ ଗହଣରେ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ବନ୍ଦର ଉପକୂଳ ବର୍ତ୍ତୀ ସାନ-ଆର୍ଯ୍ୟପଲ୍ଲୀ ଗ୍ରାମରେ ଶୋକାକୁଳ ପରିବେଶ ମଧ୍ୟରେ ମତ୍ସ୍ୟଜୀବୀଙ୍କ ଦେଶୀୟ ସମ୍ମାନରେ ତାଙ୍କର ଅନ୍ତେଷ୍ଟି-କ୍ରିୟା ସମାପନ ହୋଇଛି ।

ଚିତ୍ତାମା ଭଳି ବଳିଷ୍ଠ ମହିଳା ସଂଗ୍ରାମୀଙ୍କ ନେତ୍ତୃତ୍ୱକୁ ଏହି ମତ୍ସ୍ୟଜୀବୀ ସମାଜ ହରାଇଛି, ଏହା ଯେ’ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳ ମତ୍ସ୍ୟଜୀବୀଙ୍କଠାରେ ଚିର ସ୍ମୃତି ହୋଇ ରହିଗଲା ।

jayashree
Leave A Reply

Your email address will not be published.