ଖପ୍ରାଖୋଲ, (ଅଶୋକ ବାଗ ) : ମନରେଗା ଯୋଜନା ହେଉଛି ବିଶ୍ୱର ସର୍ବବୃହତ ମଜୁରୀ ନିଯୁକ୍ତି କାର୍ଯ୍ୟକ୍ରମ ଏବଂ ଏହା ଗ୍ରାମାଞ୍ଚଳରେ ପରିବାରର ଜୀବିକା ସୁରକ୍ଷାକୁ ଲକ୍ଷ୍ୟ ରଖିଛି । କିନ୍ତୁ କିଛି ସରକାରୀ କର୍ମଚାରୀ ଏବଂ କଣ୍ଟ୍ରାକ୍ଟରଙ୍କ ସହାଭାଗିତାରୁ ମନରେଗା ଯୋଜନା ବଦନାମ ହେଉଛି । ତାର ଜ୍ୱଳନ୍ତ ଉଦାହରଣ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଚଚରାଭଟା ଗ୍ରାମରେ ଦେଖିବାକୁ ମିଳିଛି । ମନରେଗା କାମରେ ଅନିୟମିତତା ହୋଇଥିବା ଅଭିଯୋଗ କରି ସୋମବାର ଚଚରାଭଟା ଗ୍ରାମବାସୀ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ଘୁନସର ପଞ୍ଚାୟତ ଚଚରାଭଟା ଗ୍ରାମର ତଲିବନ୍ଧର ମାଟିକାମ ୧ଲକ୍ଷ୍ୟ ୯୪ ହଜାର ୪୦ ଟଙ୍କାର କାମ ହୋଇ ବାକି ଟଙ୍କା ସବୁ ଆତ୍ମସାତ ହେବା ସଙ୍ଗେ ତଲିବନ୍ଧରେ କୌଣସି କାମ ହୋଇନାହିଁ ବୋଲି ଗ୍ରାମବାସୀ କହୁଛନ୍ତି । ଏହି ଅଭିଯୋଗ ଶୁଣିଲା ପରେ ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ ଗ୍ରାମବାସୀଙ୍କୁ କହିଛନ୍ତି ଯେ ସେ ନିଜେ ଏହାର ଅନୁସନ୍ଧାନ କରିବେ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ତାଙ୍କର ବିଶ୍ୱାସ ଅଛି ଯେ ବିଡ଼ିଓ ମହୋଦୟ ଏହି ଦୁର୍ନୀତିର ପଦ୍ର୍ଦ୍ଦାଫାସ କରିବେ ।