oom

ସାତ ମାସ ହେଲା ଭତ୍ତା ନ ପାଇବାରୁ ବିଡିଓଙ୍କ ପାଖରେ କଲେ ଅଭିଯୋଗ

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ଚାଉଳସୁଖା ଗ୍ରା.ପ. ଅନ୍ତର୍ଗତ ରେଙ୍ଗାଲି ଗାଁର ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ ଭକ୍ତି ସାମରଥ ସାତ ମାସ ହେଲା ଏଯାଏଁ ଭତ୍ତା ନ ପାଇବାରୁ ବିଡିଓଙ୍କୁ ଅଭିଯୋଗ ଜଣାଇଛନ୍ତି । ଶ୍ରୀ ସାମରଥ ଅଭିଯୋଗ କରିଛନ୍ତି ଯେ, ସରପଞ୍ଚ ଭକ୍ତି ସାମରଥଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଆଯିବ ବୋଲି ତାଙ୍କଠାରୁ ପାଞ୍ଚ ହଜାର ଟଙ୍କା ନେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନ ମିଳିବାରୁ ଭକ୍ତି ସାମରଥ ପାଞ୍ଚ ହଜାର ଟଙ୍କା ଫେରସ୍ତ କରିବା ପାଇଁ କହିବାରୁ ସରପଞ୍ଚ ତତେ ଭତ୍ତା ମିଳିବ ନାହିଁ ବୋଲି କହିଥିବା ବେଳେ ସେ ଏପ୍ରିଲ୍ ମାସରୁ ଏ ପର୍ଯ୍ୟନ୍ତ ଭତ୍ତା ପାଇ ନ ଥିବା କହିଛନ୍ତି । ଏନେଇ ବିଡ଼ିଓ ଶ୍ରୀ ପାଣିଗ୍ରାହୀ ଯାଅ ଏଏସ୍ଓଙ୍କୁ ଭେଟ କହିବାରୁ ଭକ୍ତି ସାମରଥ ଏଏସ୍ଓଙ୍କୁ ଭେଟି କାଗଜାତ୍ ସବୁ ଦେଖାଇବାରୁ ଟିକିନିଖି ଭାବେ ଚେକ୍ କରି ତମେ ଯାଅ ତମର ଭତ୍ତା ତମ ପାସ୍ ବହିରେ ଟଙ୍କା ଜମା କରି ଦିଆଯିବ କହିଥିଲେ । ଉକ୍ତ ବୃଦ୍ଧ ବ୍ୟକ୍ତି ଜଣକ ତୁରେକେଲାରୁ ରେଙ୍ଗାଲି କୋଡ଼ିଏ କିଲୋମିଟର ଦୂରରୁ ଯିବା ଅସିବା କରି ହଇରାଣ ହେଉଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତାଙ୍କ ତୁରନ୍ତ ତାଙ୍କର ପ୍ରାପ୍ୟ ପ୍ରଦାନ କରାଯାଉ ବୋଲି ଦାବୀ ହେଉଛି ।

jittmm
Leave A Reply

Your email address will not be published.