jayashree

ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ସାହୁଙ୍କ ନିଆରା ଅନ୍ଦାଜରେ ଶିକ୍ଷାଦାନ : ଦ୍ରବଣରୁ ଦ୍ରାବ୍ୟକୁ ଅଲଗା କରିବା ପରୀକ୍ଷା ଦ୍ଵାରା ପ୍ରମାଣ କଲେ ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗରୁ ଆବଦ୍ଧ ଶ୍ରେଣୀ କୋଠରୀରେ ଛାତ୍ରଛାତ୍ରୀ ପାଠ ପଢୁଥିଲେ । ଏବେ ବିଦ୍ୟାଳୟର ଚିତ୍ର ବଦଳି ଯାଇଛି । ସରକାରୀ ବେସରକାରୀ ବିଦ୍ୟାଳୟ ମଧ୍ୟରେ କିଛି ଫରକ ନାହିଁ । ତେବେ ଏମିତି ଏକ ବିଦ୍ୟାଳୟ ଯେଉଁଠି ଛାତ୍ରୀଛାତ୍ରୀଙ୍କ ପାଠପଢାରେ ପରିବର୍ତ୍ତନ ଆସିବା ସହ ବିଦ୍ୟାଳୟର ଚିତ୍ର ବଦଳିବାରେ ଲାଗିଛି । ପଦ୍ମପୁର ଉପଖଣ୍ଡ ଗୁଦେରପାଲି ଉଚ୍ଚ ବିଦ୍ୟାଳୟ ଯେଉଁଠି ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ପରିବର୍ତ୍ତନ ଆସିବାରୁ ଏବେ ଛାତ୍ରଛାତ୍ରୀମାନେ ଦ୍ରବଣରୁ ଦ୍ରାବ୍ୟକୁ ଅଲଗା କରି ପାରିଛନ୍ତି । ଅର୍ଥାତ ଲୁଣ ପାଣିରୁ ଲୁଣ ପାଇବାକୁ ହେଲେ ବାସ୍ପିଭବନ ପ୍ରକ୍ରିୟା ଦ୍ୱାରା ପୃଥକ କରାଯାଇ ପାରିବ । ଯାହାକି ଛାତ୍ରୀଛାତ୍ରୀ ପ୍ରଥମ କରି ଇ-ଲାବ୍ରୋଟାରୀରେ ପରୀକ୍ଷା ଦ୍ଵାରା ପ୍ରମାଣ କରିପାରିଛନ୍ତି । ତାହା ସହ ଆଲୋକର ପ୍ରତିଫଳନ ଏବଂ ପ୍ରଥମ କରି ମାଇକ୍ରୋସ୍କୋବ ବ୍ୟବହାର କରି ଅଣୁ ଜିବ ମାନଙ୍କ ଶ୍ଳାଇଷ୍ଟ ଚିହ୍ନଟ କରିବା ସହ ଷ୍ଟଡି କରିଛନ୍ତି । ଆଗରୁ ଛାତ୍ରୀଛାତ୍ରୀ ବିଜ୍ଞାନ ବହିରେ ଥିବା ବିଭିନ୍ନ ଯନ୍ତ୍ରକୁ ଛବି ବା ଚାର୍ଟ ମଧ୍ୟମରେ ଦେଖୁଥିଲେ ଏବଂ ପାଠ ପଢୁଥିଲେ । ବର୍ତ୍ତମାନ ବିଦ୍ୟାଳୟଟି ରୁପାନ୍ତର ହେବା ଦ୍ୱାରା ଇ-ଲାବ୍ରୋଟାରୀରେ ଛାତ୍ରଛାତ୍ରୀ ପ୍ରଥମ କରି ଆଧୁନିକ ମେସିନ ସାହାଯ୍ୟରେ ପାଠ ପଢୁଛନ୍ତି । ଏହି ସମୟରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ସାହୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ ସହ ନିଆରା ଅନ୍ଦାଜରେ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀମାନେ ମଧ୍ୟ ଖୁସିରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.