ସଇଁନ୍ତଲା ବ୍ଳକର ବିଭିନ୍ନ ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ଟୁକୁନି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଧରପଗଡ଼ ପଞ୍ଚାୟତ ପରିସରରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ ଯୋଜନା ମାଧ୍ୟମରେ ୧୦ ଜଣଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏଥିରେ ସ୍ଥାନୀୟ ବିଡିଓ ଦେବାଶିଷ ସାମଲ, ସିଡିପିଓ ସବିତା ଦାସ, ସରପଞ୍ଚ ପ୍ରେମ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବ୍ଳକର ଗଣ୍ଡପତ୍ରାପାଲି ପଞ୍ଚାୟତରେ ବିଡିଓ ଦେବାଶିଷ ସାମଲଙ୍କ ସଭା ସଂଯୋଜନାରେ ମନ୍ତ୍ରୀ ଟୁକୁନି ସାହୁ, ସିଡିପିଓ ସବିତା ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଭିଷ୍ଣୁ କୁମ୍ଭାର, ସରପଞ୍ଚ ସୁମୁଖୀ ଭୋଇଙ୍କ ଉପସ୍ଥିତରେ ବଣ୍ଟନ କରାଯାଇଥିଲା । ଶେଷରେ ସରପଞ୍ଚ ସୁମୁଖୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି କୁଇକେଡା ପଞ୍ଚାୟତରେ ପ୍ରଥମେ ସ୍ଥାନୀୟ ଗ୍ରାମବାସୀମାନେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ଜଣାଇଥିଲେ । ପରେ ବିଡ଼ିଓ ଦେବାଶିଷ ସାମଲ ସଭା ସଂଯୋଜନା କରିବା ପରେ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ମନ୍ତ୍ରୀ ଶ୍ରୀମତୀ ସାହୁ । ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ ସବିତା ଦାସ,ସରପଞ୍ଚ ପୁଷ୍ପାଞ୍ଜଳି ବାଗ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଶରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ ବଦନ ପୁରୋହିତ, ରାଜ କିଶୋର ଡାଙ୍ଗ, ରାଜେଶ ବେହେରା, ବୁଲୁ ବେହେରା, ସୁଜିତ ଡାଙ୍ଗ ସମେତ ବିଜେଡିର ଶତାଧିକ କର୍ମୀ ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.