ସ୍ମୃତି ସାନ୍ତ୍ୱନାର ପାର୍ବଣ ନୈବେଦ୍ୟ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଚିନ୍ତା ଓ ଚେତନାଧର୍ମୀ ସାହିତ୍ୟ ସଂସ୍କୃତି ସମ୍ପନ୍ନ ତୈମାସିକ ମହିଳା ପତ୍ରିକା ‘ସ୍ମୃତି ସାନ୍ତ୍ୱନାର’ର ଦଶମ ବାର୍ଷିକୀ ଦ୍ବିତୀୟ ସଂଖ୍ୟା ପାର୍ବଣ ନୈବେଦ୍ୟ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଉନ୍ମୋଚିତ ହୋଇ ଯାଇଛି । ପ୍ରଧ୍ୟାପକ ଭାବେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବ ଓ ପତ୍ରିକାର ସମ୍ପାଦିକା ସବିତାରାଣୀ ବେହେରାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡ. ପ୍ରମିଳା ପଣ୍ଡା, ସମ୍ମାନିତ ଅତିଥି ଭାବେ ଲକ୍ଷ୍ମଣନାଥ ଦାସ ଓ ମୁଖ୍ୟବକ୍ତା ରୂପେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରାଜୀବ ପାଣି ଯୋଗ ଦେଇଥିଲେ । ଅତିଥି ମାନେ ‘ସ୍ମୃତି ସାନ୍ତ୍ୱନା’ ସହ ‘ଲୁହର ଆକାଶ’ ଗୀତି କବିତା ସଂକଳନକୁ ଉନ୍ମୋଚିତ କରିଥିଲେ । ଅତିଥି ମାନେ ପୁସ୍ତକ ଦ୍ବୟ ଉପରେ ଆଲୋଚନା କରି କହିଲେ ଯେ, ଆମ୍ଭେମାନେ ହୀନମାନ୍ୟତାର ଶିକାର ହୋଇ ନିଜ ଭାଷାର ସାହିତ୍ୟକୁ ଆଗକୁ ନେଇପାରିଲୁ ନାହିଁ । ମାତ୍ର ବଙ୍ଗାଳୀ ମାନେ ରବିନ୍ଦ୍ର ନାଥ ଟାଗୋରଙ୍କ କାବ୍ୟ କବିତା ଗୁଡିକ ବିଭିନ୍ନ ଭାଷାରେ ଅନୁବାଦ କରି ଶୀର୍ଷରେ ପହଞ୍ଚାଇ ଦେଲେ । ଆମ୍ଭମାନଙ୍କ ପାଖରେ ଉନ୍ନତମାନର ସାହିତ୍ୟ ଥିଲେ ହେଁ ତାହାକୁ ଆମେ ବ୍ୟାପକ ପ୍ରଚାର ପ୍ରସାର କରିପାରିଲୁ ନାହିଁ । ସେ ଦୃଷ୍ଟିରେ ଆମେ ପଛରେ ପଡିଗଲେ । ଆମ୍ଭେମାନେ ପ୍ରତିବେଶୀ ସାହିତ୍ୟ ପଢିବା ଦରକାର । ସାହିତ୍ୟ ସବୁବେଳେ ସମାଜର ହିତ ପାଇଁ ଲେଖା ଯିବା ଦରକାର । ସେହିପରି ନାରୀ ମାନେ ସମାଜ ଓ ସାହିତ୍ୟରେ ଉନ୍ନତି ଆଣିପାରିବେ । ଅନ୍ୟତମ ଆଲୋଚିକା ମୋନାଲିସା ମିଶ୍ର ଲୁହର ଆକାଶକୁ ସମୀକ୍ଷା କରି କହିଲେ ଯେ, ଏହା ଦରଦୀ ପ୍ରାଣ ଭାଷାର ରୂପାନ୍ତରିକରଣ । କବିତା ଗୁଡିକର ଛଳଛଳ ଭାବ ପାଠକଙ୍କ ମନକୁ ନିଶ୍ଚିତ ଛୁଇଁବ । ଦ୍ୱିତୀୟ ପର୍ଯ୍ୟାୟରେ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ବ ଓ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବଶ୍ରୀ ମୀନକେତନ ପଶାୟତ, ବିଷ୍ଣୁପ୍ରିୟା ମହାପାତ୍ର, ଅଶୋକ ପଟ୍ଟନାୟକ, ଡ. କିଶୋରୀ ଦାଶ, ଡଲିରାଣୀ ବ୍ରହ୍ମା, ପ୍ରଫୁଲ୍ଲ ସାମଲ, ମଞ୍ଜୁଳା ରଥ, କୁଞ୍ଜବିହାରୀ ରାଉତ, ରାଜୀବ ପାଣି, ଆର୍ତ୍ତତ୍ରାଣ ମହାପାତ୍ର, ବଳରାମ ରାଉଳ, ସ୍ନେହଲତା ପଟ୍ଟନାୟକ, ସବିତାରାଣୀ ବେହେରା, ଉର୍ବଶୀଦାଶ ପତି, ଜୋସ୍ନା କୁମାରୀ ନାଏକ, ରାଜକୁମାର ମହାନ୍ତି, କିଶୋରୀ ମୋହନ କର, ମୋନାଲିସା ମିଶ୍ର, ଅତୁଲ୍ୟ କୁମାର ମହାକୁଡ, ଜୋସ୍ନାରାଣୀ ପାତ୍ର, ଚିତ୍ତରଂଜନ ବ୍ରହ୍ମା, ନୃସିଂହ ଚରଣ ବିଶ୍ବାଳ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଅଙ୍ଗୁରବାଳା ପରିଡା ପ୍ରମୁଖ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସ୍ନେହଲତା ପଟ୍ଟନାୟକ ସ୍ବାଗତ ସଂଗୀତ ଓ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.