୬୧ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣଙ୍କ ସ୍ୱର୍ଣ୍ଣପଦକ ହାସଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୬୧ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ସ୍ୱର୍ଣ୍ଣପଦକ ଏବଂ ରୋପ୍ୟ ପଦକ ହାସଲ କରି କୃତିତ୍ତ୍ୱର ସହ ଗୌରବ ଅର୍ଜନ କରିଛନ୍ତି । ଓଡ଼ିଶା ସୁଇମିଂ ସଂଘ ପକ୍ଷରୁ ଆୟୋଜିତ ଭୁବନେଶ୍ୱର ସ୍ଥ କଳିଙ୍ଗ ଷ୍ଟାଡିୟମ ଠାରେ ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଗତ ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ଏହି ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୧୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିରେ ପୁରୁଷ ବର୍ଗରୁ ଶୁଭ୍ରନ୍ତ ପାତ୍ର ୨୦୦ ମିଟର ବଟରଫ୍ଲାଏ, ୫୦ ମିଟର ବଟରଫ୍ଲାଏ, ୧୦୦ ମିଟର ବଟରଫ୍ଲାଏ ଓ ୨୦୦ ମିଟର ପ୍ରିଷ୍ଟାଇଲ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ୧୦୦ ମିଟର ପ୍ରିଷ୍ଟାଇଲ ସନ୍ତରଣ କରି ରୋପ୍ୟ ପଦକ ହାସଲ କରିଛନ୍ତି । ସେହିପରି ପ୍ରୀତମ ବେହେରା ପାରା ୫୦ ମିଟର ପ୍ରିଷ୍ଟାଇଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଶୁଭ୍ରନ୍ତ ପାତ୍ର ରାଜ୍ୟ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଚମ୍ପିୟାନ ସହ ଓଭରାଲ ଚମ୍ପିୟାନ ହୋଇଛନ୍ତି ବୋଲି କୋଚ୍ କେ. ମନୋଜ ପ୍ରଧାନ ଜଣାଇଛନ୍ତି । ଏହି ଖେଳାଳୀ ମାନଙ୍କୁ ଜିଲ୍ଲାର ଆଥେଲାଟିକ ସମ୍ପାଦକ ଅଶୋକ କୁମାର ସାହୁ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ଜଣାଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧନା ସହ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.