oom

ପାରା ବ୍ୟାଟମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ବରଗଡ଼ ଠାରେ ଭବ୍ୟ ସମ୍ବର୍ଦ୍ଧନା

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରାର ପାର ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ବ୍ୟାଟମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଆଜି ବରଗଡ଼ ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ନାଗରିକ କମିଟି ଗୁଡିକ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ ସ୍ୱର୍ଣ୍ଣ ପଦକ ବିଜୟୀ ପ୍ରମୋଦ ଭଗତଙ୍କୁ ସମର୍ଦ୍ଧିତ କରିବା ସହ ପ୍ରମୋଦ ଆମ ଜିଲ୍ଲା, ରାଜ୍ୟ ତଥା ଭାରତ ବର୍ଷର ଗର୍ବ ଓ ଗୌରବ ଅଟନ୍ତି ବୋଲି କହିଥିଲେ । ସାମ୍ବାଦିକ ସଂଘର ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମର୍ଦ୍ଧନା କାର୍ଯ୍ୟକ୍ରମରେ ସଂଘର ଉପ ସଭାପତି ବିରେନ୍ଦ୍ର ପ୍ରଧାନ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ । ପରେ ସମ୍ବାଦିକ ଉମେଶ ବିଶ୍ୱାଳ ସମର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ସଂଘର ବରିଷ୍ଠ ସଦସ୍ୟ ପ୍ରସନ୍ନ ମିଶ୍ର, ରବିନାରାୟଣ ପଣ୍ଡା, ଲଲାଟେନ୍ଦୁ ଦାଶ, ସଚିଦାନନ୍ଦ ପାତ୍ର, ବୈମକେଶ କର, ବଦ୍ରିନାଥ ସାହୁ, ପ୍ରବୀଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ମାଁ ସମଲେଶ୍ଵରୀ ମନ୍ଦିର, ମାଁ ଶ୍ୟାମ କାଳୀ ମନ୍ଦିର, ମାଁ ଜଗତ ଜନନୀ ଦୁର୍ଗା ମନ୍ଦିର ହାଟପଦାର ଟ୍ରଷ୍ଟ କମିଟିର ସଭ୍ୟ ଓ ପଣ୍ଡିତ ସମୁହ ମାନେ ପ୍ରଥମେ ପ୍ରମୋଦ ଭଗତଙ୍କୁ ସମର୍ଦ୍ଧିତ କରିଥିଲେ । ପରେ ଜିଲ୍ଲାର ୪୦ରୁ ଅଧିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

jittmm
Leave A Reply

Your email address will not be published.