csstore

ଆଞ୍ଚଳିକ ବାରିକ ସମାଜର ଶାଖା ସଂଗଠନ ଗଠନ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୁତିପାଲି କଲ୍ୟାଣ ମଣ୍ଡପଠାରେ ଆଞ୍ଚଳିକ ବାରିକ ସମାଜ ସଂଘ ତରଫରୁ ସଭାପତି ହାରାଧନ ବାରିକଙ୍କ ସଭାପତିତ୍ୱରେ ବାରିକ ସମାଜ ଶାଖା ସଂଗଠନ ଗଠିତ ହୋଇଯାଇଛି । ଉକ୍ତ ସଭାରେ ଅତିଥି ମାନଙ୍କର ଗୋଡ଼ ଧୋଇବା ସହ ଚନ୍ଦନ, ତିଳକ ଲଗେଇ ସ୍ୱାଗତ କରାଯାଇଥିଲା । ମା’ ସମଲେଇଙ୍କ ଫୋଟୋ ଚିତ୍ରରେ ପୁଷ୍ପଗୁଚ୍ଛ ଦେଇ ଦୀପ ପ୍ରଜ୍ଜ୍ଵଳନ କରି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବାରିକ ସମାଜ ଗୁତିପାଲି ଶାଖାର ପିତୃ ପୁରୁଷଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ସଭାରେ ସମ୍ମାନିତ ଅତିଥି ଭାବରେ ପଶ୍ଚିମ ଓଡିଶାର ମହାସଙ୍ଗର ସନ୍ତୋଷ କୁମାର ବାରିକ, ସମାଜର ଜିଲ୍ଲା ସଭାପତି ରୋହିତ ବାରିକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗାପ୍ରସାଦ ବାରିକ, ଜିଲ୍ଲା ସଂପାଦକ ଘନଶ୍ୟାମ ବାରିକ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରବିତ୍ର ବାରିକ, ଜିଲ୍ଲା ଉପଦେଷ୍ଟା ଲାଭ ବାରିକ, ଜିଲ୍ଲା ସକ୍ରିୟ ସୁରେଶ ବାରିକ, ମଞ୍ଚାସୀନ ରହିଥିବା ବେଳେ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବନ୍ଧିତ କରାଯାଇଛି । ଆଶାକର୍ମୀ ତଥା ସମାଜ ସେବୀ ପ୍ରମିଳା ବେହେରାଙ୍କୁ ସଭାପତି ହାରାଧନ ବାରିକ ସମ୍ମାନିତ କରାଯାଇଥିଲା । ଏହାପରେ ଅତିଥିମାନେ ନିଜ ନିଜ ଅଭିଭାଷଣ ସମାଜର କିପରି ଉନ୍ନତି ହେବ ତାହା ବର୍ଣ୍ଣନା କରି ବୁଝେଇଥିଲେ । କେବଳ ସମାଜରେ ଏକତା ନୁହେଁ, ଆମେ ସମସ୍ତେ ସମସ୍ତଙ୍କ ସହ ଏକତା ରହିବା ସହ ଶିକ୍ଷାର ବହୁତ ଆବଶ୍ୟକ, ଶିକ୍ଷା ହିଁ ଆମକୁ ଆମ ଦିଗ ଦେଖାଇଥାଏ । ଏକତା ରହିଲେ ସଂଗଠନ ତିଆରି ହୋଇପାରିବ ବୋଲି ମତ ପ୍ରକ।। ବାଇଥିଲା । ବ୍ଲକ କାର୍ଯ୍ୟକାରୀ ସଭାପତି ରଘୁନାଥ ବାରିକ, ସଂପାଦକ କାର୍ତ୍ତିକ ପସାୟତ୍, ଦେବରଚନ ବାରିକ, ସତ୍ୟବାନ ବେହେରା, ଜଗନ୍ନାଥ ପସାୟତ୍, ଦେବାନନ୍ଦ ବେହେରା, ସରୋଜ ବାରିକ, ସନ୍ତୋଷ ପସାୟତ୍ ଓ ହରିହର ପସାୟତ ସଦସ୍ୟ ଉପସ୍ଥିତ ରହିଥିଲେ । ସର୍ବ ଶେଷରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.