ପାଟଣାଗଡରେ ବିଭିନ୍ନ ପ୍ରକଳ୍ପର ଡିଜିଟାଲ ଶିଲାନ୍ୟାସ ସହ ସ୍ମାଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଳା ଗସ୍ତ କରି ପାଟଣାଗଡରେ ଦିବା ୧୨.୧ ମିନିଟରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସ୍ଥାନୀୟ ରମାଇଁ ହାଇସ୍କୁଲ ପଡିଆ ଠାରେ ଅବତରଣ କରିଥିଲେ । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ୧୧୫.୬୯ କୋଟି ବିନିମୟରେ ୨୩ ଟି ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ହରିଶଙ୍କର ମନ୍ଦିର ଏବଂ ଗନ୍ଧମାର୍ଦ୍ଧନ ପର୍ବତର ବିକାଶ ଏବଂ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଆଜିର ଏହି କାର୍ଯ୍ୟକ୍ରମରେ ୫ଟି ସଚ୍ଚିବ ଭି.କେ ପାଣ୍ଡିଆନଙ୍କ ସହ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଜିଳ୍ଲାପାଳ ଚଞ୍ଚଳ ରାଣା, ପାଟଣାଗଡ ଉପଜିଳ୍ଲାପାଳ ଦାୟିତ୍ୱରେ ଥିବା ତହସିଲଦାର ଡ ପୁଷ୍ପାଞ୍ଜଳୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବା ବେଳେ ଏସ୍‌.ପି ନିତିନ କୁଶଲକର, ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ଉପସ୍ଥିତ ରହିସୁରକ୍ଷା ପାଇଁ ଦଶ ପ୍ଳାଟୁନ ଫୋର୍ସ ମୁତୟନ କରିଥିଲେ । ସ୍ୱୟଂସହାୟକ ଗୋଷ୍ଠୀ, ଉପଖଣ୍ଡର ବେଲପଡା ତହସିଲଦାର ପ୍ରଶାନ୍ତି ପଧାନ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଉପଖଣ୍ଡର ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀ, ଅଗ୍ନିଶମ ବିଭାଗ, ଉପଖଣ୍ଡ ଲୋକ ସୂଚନା ଅଧିକାରୀ ସଂଜୟ କୁମାର ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.