ଟିଟିଲାଗଡରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ନିର୍ଦ୍ଧାରିତ ସମୟନୁଯାୟୀ ତୁଷୁରା ଏୟାରଷ୍ଟ୍ରୀପରେ ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ସେଠାରୁ ହେଲିକେପ୍ଟର ଯୋଗେ ଟିଟିଲାଗଡ଼ ସଭାସ୍ଥଳରେ ପହଞ୍ଚିଥିଲେ । ପହଞ୍ଚିବା ପରେ ୨୦୮.୨୦ କୋଟି ଟଙ୍କାର ପ୍ରକଳ୍ପ ସହ ୫୯୬.୭୧ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର କରିବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପ୍ରାୟ ୧୦ ଜଣ ମହିଳାଙ୍କୁ ନିଜେ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତା’ ସହିତ ଟିଟିଲାଗଡ଼ ଓ ସଇଁନ୍ତଲାରେ ୩୮.୪୮.କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ, ଟିଟିଲାଗଡ଼ରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣର ୧.୫୨ କୋଟିର ଲୋକାର୍ପଣ, ଜାତୀୟ ରାଜପଥର ଉନ୍ନତିକରଣ ପାଇଁ ୨.୯୮ କୋଟି ଟଙ୍କାର ଲୋକାର୍ପଣ, ଟିଟିଲାଗଡ଼ ପୌରପାଳିକର ଜଳଯୋଗାଣ ଉନ୍ନତିକରଣ ପାଇଁ ୨୪.୯୫ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନେକ ପ୍ରକଳ୍ପର ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଅନ୍ୟ ପଟେ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ମିଶନ ଶକ୍ତି ଏବେ ଏକ ବିକାଶ, ସରକାରଙ୍କ ୧୦ ବିଭାଗରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମହିଳାଙ୍କୁ ସୁଯୋଗ ଦେଇଛନ୍ତି । ଟିଟିଲାଗଡ଼ ଅଞ୍ଚଳର ବହୁ ହିସାବରେ ମୁଁ ଗର୍ବିତ ବୋଲି କହିବା ସହିତ ବିକାଶ ପରେ ବିକାଶ କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ । ଶେଷରେ ବଲାଙ୍ଗିର ଜିଲ୍ଲାପାଳ ଚାଞ୍ଚଳ ରାଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 × five =