ପାଇକମାଲ ୟୁକୋ ବ୍ୟାଙ୍କ ସାମ୍‌ନାରେ ଦୁର୍ଘଟଣା : ୩ ଜଣ ଗୁରୁତର ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନ ୧୦ଟା ସମୟରେ ପାଇକମାଲ ୟୁକୋ ବ୍ୟାଙ୍କ ବିଜୁ ଏକ୍ସପ୍ରେସ ୱେ ମୁଖ୍ୟ ରାସ୍ତାସାମ୍‌ନାରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ବରତୁଣ୍ଡା ଗ୍ରାମ ପଞ୍ଚାୟତ ମର୍ଯ୍ୟାଦାପାଲି ପ୍ରେମାନନ୍ଦ କେଶରା, ସ୍ତ୍ରୀ ପଦ୍ମିନୀ କେଶରା ଓ କେନାବୁଦା ଖଗେଶ୍ୱର ସାହୁ ଗୁରୁତ ଆହତ ହୋଇଛନ୍ତି । ଦୁର୍ଘଟଣା ସ୍ଥଳରୁ ଗୁରୁତର ଆହତ ବ୍ୟକ୍ତି ମାନଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରି ପାଇକମାଲ ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ପାଇକମାଲ ୟୁକୋ ବ୍ୟାଙ୍କ ସାମନାରେ ଅତ୍ୟଧିକ ଦୁର୍ଘଟଣା ପ୍ରବଣ ରାସ୍ତା ହୋଇଥିଲେ ମଧ୍ୟ ଏହାର ଆଶୁ ସମାଧାନ ପାଇଁ ପାଇକମାଲ ପୋଲିସ ପ୍ରଶାସନର ଟିକିଏ ଆନ୍ତରିକତା ନାହିଁ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି । ଏଣୁ ଏହାର ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କଲେ ଜନସାଧାରଣ ସୁରକ୍ଷିତ ରହିବେ ବୋଲି ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.