pr

ଗଞ୍ଜାମ ମହାବିଦ୍ୟାଳୟର ପୁରାତନ ଛାତ୍ରଙ୍କ ବୈଠକ

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳର ପୁରାତନ ଛାତ୍ରଙ୍କ ଏକ ବୈଠକ ଗତକାଲି କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ ଓ ରାଜନୀତି ବିଜ୍ଞାନ ବିଭାଗ ରିଡର ଅମର ପ୍ରସାଦ ବିଶୋ ଯୋଗ ଦେଇଥିଲେ । ଆୟୋଜିତ ବୈଠକରେ କଲେଜରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ତା’ର ସମାଧାନ ନେଇ ଆଲୋଚନା ହୋଇଥିଲା । ବୈଠକରେ ପୁରାତନ ଛାତ୍ରଙ୍କ ଏକ କମିଟି ଗଠନ କରାଯାଇ ନୂତନ ଭାବେ କର୍ମକାର୍ତ୍ତା ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଉକ୍ତ କମିଟି କଲେଜର ବିକାଶ ଓ ଆଗାମୀ ଦିନରେ ହେବାକୁ ଥିବା ରୋପ୍ୟ ଜୟନ୍ତୀ ଉତ୍ସବ ପାଳନର ରୂପରେଖ ପ୍ରସ୍ତୁତ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉପଦେଷ୍ଟା ପ୍ରମୋଦ ଦାଶ, ମଙ୍ଗରାଜ ପଣ୍ଡା, ବିଶ୍ୱନାଥ ଦାଶ, ସଭାପତି ବିନୋଦ ଚନ୍ଦ୍ର ପାଢ଼ୀ, ସମ୍ପାଦକ ଦିଲିପ କୁମାର ପଟ୍ଟନାୟକ, ଉପସଭାପତି ଡି.ସୀମାଲି, ସହସମ୍ପାଦକ କୈଳାସ ଚନ୍ଦ୍ର ପଲାଇ ରହିଥିଲେ । ପୃଷ୍ଠ ପୋଷାକ ଲିଙ୍ଗରାଜ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବିନୋଦ ଚନ୍ଦ୍ର ମହାପାତ୍ର, ଗୌରୀ ଶଙ୍କର ପାଢ଼ୀ, ଅମରଜିତ ବେହେରା, ଶବର କୁମାର ତରାଇ, ଅଜୟ କୁମାର ତ୍ରିପାଠୀ, ଲକ୍ଷ୍ମୀଚରଣ ଶତପଥୀ, ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.