ସର୍କଲ ସ୍ତରୀୟ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବିଲାସପୁର-ମନମୁଣ୍ଡା ସର୍କଲ ସ୍ତରୀୟ ଏକ ବୈଠକ ନୁନପଙ୍ଗା ଠାରେ ସର୍କଲ ସଭାପତି ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବୌଦ୍ଧ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର) ଶିକ୍ଷକ ସଂଘର ସଭାପତି ରଂଜୁ ଅମାତ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବ୍ଲକ ସଭାପତି ରତ୍ନନିଧି ଖମାରୀ, ବ୍ଲକ ସମ୍ପାଦକ କେଶବ ପ୍ରଧାନ, ବ୍ଲକ ଉପସଭାପତି ରବିଚନ୍ଦ୍ର ପ୍ରଧାନ, ସୁମନ୍ତ ନାଏକ ପ୍ରମୁଖ ଯୋଗଦେଇ ଥିଲେ । ଏକ୍ସକ୍ୟାଡ଼ର ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା । ଓଟିଇଟି ସମୟ ସୀମାକୁ ବୃଦ୍ଧି, ବକେୟା ୬ ମାସର ଦରମା, ଏନ୍‌ପିଏସ୍‌କୁ କିପରି ତ୍ୱରାନ୍ୱିତ କରାଯାଇ ଖୁବଶୀଘ୍ର କିପରି କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୋବର୍ଦ୍ଧନ ସାହୁ, କ୍ଷୀରୋଦ ପ୍ରଧାନ, ଜଗବିହାରୀ ପ୍ରଧାନ, ବିହାରୀ ପ୍ରଧାନ, ରମେଶ କ୍ଷେତୀ, ଗୌତମ ସିଂ, ରବୀନ୍ଦ୍ର ପ୍ରଧାନ, ବିଶ୍ଵାମିତ୍ର ରାଜହାଂସ ପ୍ରମୁଖ ଯୋଗଦେଇ ସଂଗଠନକୁ ମଜବୁତ କରିବାକୁ ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.

error: Content is protected !!