ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ୧୮ରୁ ଅଧିକ ନାଗରିକଙ୍କ ପାଇଁ ୯୨ କେନ୍ଦ୍ରରେ ଟିକାକରଣ

  • ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟିକାକରଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା ତା ୨୭/୦୮/୨୧ରୁ ତା ୩୧/୦୮/୨୧ରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିର ବ୍ୟବସ୍ଥିତ ୯୨ଟି କେନ୍ଦ୍ରରେ ଟିକାକରଣ କରାଯିବ । ତା ୨୭/୦୮/୨୧ ଓ ତା ୨୮/୦୮/୨୧ରେ ସୋନପୁର ବ୍ଲକରେ ୧୮ଟି କେନ୍ଦ୍ର, ଡୁଙ୍ଗୁରିପାଲି ବ୍ଲକରେ ୧୫ଟି କେନ୍ଦ୍ର, ବିନିକା ବ୍ଲକରେ୧୦ଟି କେନ୍ଦ୍ର, ବୀରମହାରାଜପୁର ବ୍ଲକରେ ୨୧ଟି କେନ୍ଦ୍ର, ତରଭା ବ୍ଲକରେ ୦୭ଟି କେନ୍ଦ୍ର, ଉଲୁଣ୍ଡା ବ୍ଲକରେ ୦୬ଟି କେନ୍ଦ୍ର ଏବଂ ସୋନପୁର ମ୍ୟୁନିସିପାଲିଟିର ୦୨ଟି କେନ୍ଦ୍ରରେ ୧୮ରୁ ଉର୍ଦ୍ଧ ବର୍ଷର ହିତାଧିକାରୀଙ୍କୁ ଟିକା ପ୍ରଦାନ କରାଯିବ । ସେହିପରି ତା୩୦/୦୮/୨୧ରେ କେବଳ ସୋନପୁର ମ୍ୟୁନିସିପାଲିଟିର ୦୨କେନ୍ଦ୍ରରେ ଟିକାକରଣ ଚାଲୁରହିବ । ପୁନଶ୍ଚ ତା୩୧/୦୮/୨୧ରେ କେବଳ ବିନିକା ବ୍ଲକର ୦୫ଟି କେନ୍ଦ୍ର ଓ ଉଲୁଣ୍ଡା ବ୍ଲକର ୦୬ କେନ୍ଦ୍ରରେ ଟିକାକରଣ ଅନୁଷ୍ଠିତ ହେବ । ହିତାଧିକାରୀ ଟିକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇପାରିବେ ଅଥବା ଉକ୍ତ ଦିନ ନିର୍ଧାରିତ ସମୟ ସକାଳ ଘଂ ୦୯-୦୦ ରେ କେନ୍ଦ୍ରକୁ ଯାଇ ଟିକାନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେ । ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ଟିକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର, ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟିକାକରଣ କେନ୍ଦ୍ରକୁ ପହଂଚି ଟିକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟିକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟିକାକରଣ ଉକ୍ତ ଦିନଗୁଡ଼ିକରେ ସକାଳ ୦୯ରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ହିତାଧିକାରୀ ଟିକାକରଣ ପାଇଁ ଅନଲାଇନ https://selfregistration.cowin.gov.in ରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇପାରିବେ । ସମସ୍ତ ୯୨ଟି କେନ୍ଦ୍ର ନିମନ୍ତେ ଆଜି ତା ୨୬/୦୮/୨୧ ରାତ୍ର ୦୮-୦୦ଘଂରୁ ପଞ୍ଜିକରଣ ପାଇଁ ସ୍ଲଟ ଖୋଲା ରହିବ ।

Leave A Reply

Your email address will not be published.